Below header

ରାଜ୍ୟସଭା ସାଂସଦ ଅମର ସିଂହଙ୍କ ୬୪ ବର୍ଷ ବୟସରେ ପରଲୋକ, ୬ ମାସ ଧରି ଥିଲେ ରୋଗ ଶଯ୍ୟାରେ

ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ଅମର ସିଂହଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ୬ ମାସ ହେବ କିଡ୍‌ନୀ ରୋଗରେ ପୀଡିତ ହୋଇ ସିଂଗାପୁରର ଏକ ହସ୍‌ପିଟାଲରେ ଚିକିତ୍ସାଧୀନ ଥିଲେ । ସେଠାରେ ତାଙ୍କର କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା । ଆଜି ସିଙ୍ଗାପୁରର ଉକ୍ତ ହସ୍‌ପିଟାଲ୍‌ାରେ ଶେଷ ନିଶ୍ୱାଃସ ତ୍ୟାଗ କରିଛନ୍ତି ।

ମୃତ୍ୟୁ ବେଳକୁ ସେ ତାଙ୍କର ପତ୍ନୀ ପଙ୍କଜାଙ୍କ ସହ ଜାଆଁଳା ଝିଅଙ୍କୁ ଛାଡି ଚାଲିଯାଇଛନ୍ତି । ୨୦୧୩ରେ ତାଙ୍କର କିଡ୍‌ନୀ ଖରାପ ହେବାରୁ ସେ ରାଜନୈତିକ କାର୍ଯ୍ୟକଳାପରୁ ଦୂରେଇ ଯାଇଥିଲେ ମଧ୍ୟ ୨୦୧୬ରେ ପୁଣି ଥରେ ଫେରିଥିଲେ । ସେ ସମାଜବାଦୀ ପାର୍ଟିରୁ ରାଜ୍ୟ ସଭାକୁ ମନୋନୀତ ହୋଇଥିଲେ । ୨୦୧୦ ମସିହା ପର୍ଯ୍ୟନ୍ତ ସେ ପାର୍ଟିର ଜେନେରାଲ ସେକ୍ରେଟାରୀ ପଦବୀରେ ରହିଥିଲେ ।

ପରେ ପାର୍ଟିର ସୁପ୍ରିମୋ ମୁଲାୟମ୍‌ ସିଂହ ଯାଦବ ତାଙ୍କୁ ନିଲମ୍ବିତ କରିଥିଲେ । ପରେ ପୁଣି ତାଙ୍କୁ ପାର୍ଟିକୁ ଫେରାଇ ଆଣିଥିଲେ ।  ଅମର ସିଂହଙ୍କ ଅସୁସ୍ଥତା ସତ୍ତ୍ୱେ ମଧ୍ୟ ସେ ସକ୍ରିୟ ରାଜନୀତିରେ ରହିଥିଲେ । ଆଜି ମୃତ୍ୟୁ ପୂର୍ବରୁ ମଧ୍ୟ ସେ ତାଙ୍କର ଅନୁଗତଙ୍କୁ ଇଦ୍‌ ମୁବାରକ ଜ୍ଞାପନ କରିଥିଲେ । ଗତ ମାର୍ଚ୍ଚ ମାସରେ ଅମର ସିଂହ ଙ୍କ ମୃତ୍ୟୁ ନେଇ ଏକ ମିଛ ଟ୍ଵିଟ ହୋଇଥିଲା । ଏହାର ଉତ୍ତରରେ ଅମର ସିଂହ ମଧ୍ୟ ରିଟ୍ଵିଟ୍‌ କରି ଲେଖିଥିଲେ ‘ଟାଇଗର ଜିନ୍ଦା ହେ’ ।

ଅମର ସିଂହଙ୍କର ରାଜନୈତିକ ସହ ଫିଲ୍ମ ଜଗତ ସହ ମଧ୍ୟ ସମ୍ପର୍କ ରହିଥିଲା । ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଓ ଅମ୍ବାନୀ ପରିବାରଙ୍କ ସହ ଅତି ଘନିଷ୍ଟତା ଥିଲା । ଗତ ଦେଢ଼ ମାସ ଧରି ସେ ସିଙ୍ଗାପୁରର ଏକ ହସ୍‌ପିଟାଲର ଆଇସିୟୁରେ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.