Below header

ବିଶ୍ୱ ଦେଖିବ ବାନ୍ଧକଳା ଶାଢ଼ୀର ସୂକ୍ଷ୍ମ କାରୁକାର୍ଯ୍ୟ, ପ୍ରଭୁ ଶ୍ରୀରାମଙ୍କ ପାଇଁ ହୋଇଛି ପ୍ରସ୍ତୁତ

ପ୍ରଭୁ ଶ୍ରୀରାମଙ୍କ ଆଗମନ ପାଇଁ ଚାରି ଆଡ଼େ ଉତ୍ସବ ମୁଖର ପରିବେଶ । ଏବେଠୁ କମ୍ପୁଛି ସାରା ଅଯୋଧ୍ୟା । ଭକ୍ତମାନେ ବହୂ ଦୁର ଦୂରାନ୍ତରୁ ଧାଇଁ ଆସୁଥିବା ବେଳେ ପ୍ରଭୁ ଶ୍ରୀରାମଙ୍କ ପାଇଁ କିଏ କେତେ କଣ ଉପହାର ଦେଉଛନ୍ତି । ଏନେଇ ପ୍ରଭୁ ଶ୍ରୀରାମଙ୍କ ପାଇଁ ଓଡ଼ିଶାରୁ ବାନ୍ଧକଳାରେ ପ୍ରସ୍ତୁତ କରାଯାଉଛି ରାମ ସେତୁ ବନ୍ଧର ନିଖୁଣ ଚିତ୍ରରେ ଅଙ୍କାଯାଇଥିବା ଶାଢ଼ୀ ।

ନୂଆଦିଲ୍ଲୀ : ପ୍ରଭୁ ଶ୍ରୀରାମଙ୍କ ଆଗମନ ପାଇଁ ଚାରି ଆଡ଼େ ଉତ୍ସବ ମୁଖର ପରିବେଶ । ଏବେଠୁ କମ୍ପୁଛି ସାରା ଅଯୋଧ୍ୟା। ଭକ୍ତମାନେ ବହୂ ଦୁର ଦୂରାନ୍ତରୁ ଧାଇଁ ଆସୁଥିବା ବେଳେ ପ୍ରଭୁ ଶ୍ରୀରାମଙ୍କ ପାଇଁ କିଏ କେତେ କଣ ଉପହାର ଦେଉଛନ୍ତି । ଏନେଇ ପ୍ରଭୁ ଶ୍ରୀରାମଙ୍କ ପାଇଁ ଓଡ଼ିଶାରୁ ବାନ୍ଧକଳାରେ ପ୍ରସ୍ତୁତ କରାଯାଉଛି ରାମ ସେତୁ ବନ୍ଧର ନିଖୁଣ ଚିତ୍ରରେ ଅଙ୍କାଯାଇଥିବା ଶାଢ଼ୀ ।

ବରଗଡ଼ର ପ୍ରସିଦ୍ଧ ବୁଣାକାର ଈଶ୍ୱର ମେହେରଙ୍କ ଦ୍ଵାରା ନିର୍ମିତ ରାମସେତୁ ଶାଢ଼ୀ ଏବେ ଦିଲ୍ଲୀ ଦରବାରରେ। ଖଦୀ ସୂତାରେ ତିଆରି ଏହି ଶାଢ଼ୀର ବିଷେଶ୍ବତ ହେଲା ଏହା ସମୁଦ୍ର ଭିତରେ ସେତୁ ବନ୍ଧର ଚିତ୍ର ଓ ତା ସାଙ୍ଗକୁ ହନୁମାନ ସୁଗ୍ରୀବ। ଜମ୍ବବାନ ବାନର ସେନା ଗୁଣ୍ଡୁଚି ମୂଷା ମାଛ କୁମ୍ଭୀର ଆଉ କଇଁଛ ଶାଢ଼ୀରେ ବୁଣାକାର ସୂତା ମାଧ୍ୟମରେ କଳକାରୀ କରିଛନ୍ତି । ପରିବେଶକୁ ଧ୍ୟାନରେ ରଖି ବିଭିନ୍ନ ରଙ୍ଗରେ ଶାଢ଼ୀଟିରେ ରାମାୟଣ ଓ ସେତୁ ବନ୍ଧର ନିଖୁଣ ଚିତ୍ର ଅଙ୍କା ଯାଇଛି । ଶାଢ଼ୀଟିକୁ ପ୍ରସ୍ତୁତ କରିବା ପାଇଁ ୫ ମାସ ଲାଗିଥିବା ବେଳେ ଖଦି କଟନ୍‌ ସହ ପ୍ରାକୃତିକ ରଙ୍ଗର ବ୍ୟବହାର ହୋଇଛି । ଯେଉଁ ଶାଢ଼ୀକୁ ଇଶ୍ୱରଙ୍କ ଭାଇ ଦୁସ୍ୟନ୍ତ ଦିଲ୍ଲୀ ଦରବାରକୁ ନେଇ ପହଞ୍ଚାଇଛନ୍ତି ।

ସାରା ଦେଶବାସୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଜାନୁଆରୀ ୨୨ରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ । ଏହା ପୂର୍ବରୁ ଓଡ଼ିଶା ବୁଣାକାର ନିଜ ପ୍ରତିଭା କଳା ମାଧ୍ୟମରେ କିଛି ନୂଆ କରି ଦେଖାଇଛନ୍ତି ଯେଉଁ ଶାଢ଼ୀଟି ବେଶ୍ ଆଦୃତ ଲାଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.