ଜନ୍ମ ମାଟିରେ ପହଞ୍ଚିଲେ BCCI ସିନିୟର ଟିମ ମ୍ୟାନେଜରସତବୀର ସିଂ

ଉପାନ୍ତ ମାଲକାନଗିରି ଜିଲ୍ଲାର ପୁଅ BCCI ସିନିୟର ଟିମ ମ୍ୟାନେଜରଙ୍କୁ ଭବ୍ୟ ସ୍ୱାଗତ । ଭାରତୀୟ ସିନିୟର କ୍ରିକେଟ ଟିମ ମ୍ୟାନେଜର ସତବୀର ସିଂ ରିଆର ନିଜ ଦାୟିତ୍ୱ ସରିବା ପରେ ଏବେ ଭିଟାମାଟି ମାଲକାନଗିରି ଜିଲ୍ଲା ସଦର ମହକୁମାରେ ପହଞ୍ଚିଲେ। ସତବୀର ପହଞ୍ଚିବା ପରେ ଜିଲ୍ଲାବାସୀ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାର ପୁଅ BCCI ସିନିୟର ଟିମ ମ୍ୟାନେଜରଙ୍କୁ ଭବ୍ୟ ସ୍ୱାଗତ । ଭାରତୀୟ ସିନିୟର କ୍ରିକେଟ ଟିମ ମ୍ୟାନେଜର ସତବୀର ସିଂ ରିଆର ନିଜ ଦାୟିତ୍ୱ ସରିବା ପରେ ଏବେ ଭିଟାମାଟି ମାଲକାନଗିରି ଜିଲ୍ଲା ସଦର ମହକୁମାରେ ପହଞ୍ଚିଲେ। ସତବୀର ପହଞ୍ଚିବା ପରେ ଜିଲ୍ଲାବାସୀ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।

ଶତାଧିକ ଜିଲ୍ଲାବାସୀ ମାଲକାନଗିରି ବସ ଷ୍ଟାଣ୍ଡରୁ DNK ଖେଳ ପଡିଆ ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯାଇଥିଲା। ବାଜା,ବାଣ, ନାଚରେ ଫାଟି ପଡୁଥିଲା ସହର। ଏଭଳି ଭବ୍ୟ ସ୍ୱାଗତରେ ଭାବବିହ୍ବଳ ହୋଇପଡ଼ିଥିଲେ ପପୁ ସିଂ। ଟିମ ସହ କଟାଇଥିବା ଅନୁଭୂତି ଆମ କଳିଙ୍ଗ ଟିଭି ଆଗରେ ବଖାଣିଛନ୍ତି।ଉପାନ୍ତ ମାଲକାନଗିରି ଜିଲ୍ଲାର ସତବିର ସିଂ ରିଆର ଭାରତୀୟ ସିନିୟର୍ କ୍ରିକେଟ ଦଳର ମ୍ୟାନେଜର ଭାବେ ମନୋନୀତ ହୋଇଥିଲେ। ସାଉଥ ଆଫ୍ରିକା ଗସ୍ତରେ ଭାରତୀୟ ଟିମ ଗସ୍ତ କରି ଖେଳୁଥିବାବେଳେ ଟେଷ୍ଟ ସିରିଜ ପାଇଁ କାର୍ଯ୍ୟଭାର ସମ୍ଭାଳିଥିଲେ ସତବୀର ସିଂ।

ସାଉଥ ଆଫ୍ରିକା ଗସ୍ତ ପାଇଁ ଟିମ ମ୍ୟାନେଜର ଭାବେ BCCI କାର୍ଯ୍ୟ ଭାର ସମ୍ଭାଳି ଥିଲେ। ଜିଲ୍ଲାରେ କ୍ରିକେଟ୍ ପ୍ରେମୀ ଓ ଜନସାଧାରଣ ମାନଙ୍କରେ ଖୁସିର ଲହରୀ ଖେଳିଯାଇଛି। ପପୁ ସିଂ କଟକରୁ ମୁମ୍ବାଇ ଏବଂ ସେଠାରୁ ଦକ୍ଷିଣଆଫ୍ରିକା ଗସ୍ତ କରିଥିଲେ। ସେ ଆଗରୁ ମଧ୍ୟ ଓଡ଼ିଶା ରଞ୍ଜୀ ଦଳର ମ୍ୟାନେଜର ଭାବେ ମଧ୍ୟ ଦାୟିତ୍ବ ତୁଲାଇ ଆସିଛନ୍ତି । ସତବୀର ପେଶା ରେ ସେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଫାର୍ମାସିଷ୍ଟ ଭାବେ କାର୍ଯ୍ୟରତ ଅଛନ୍ତି । ରାତିରେ ମେଡିକାଲ ଡ୍ୟୁଟି କରି ଦିନ ସାରା ନିଜର କ୍ରିକେଟ ଖେଳ ରେ ମଜି ଥାନ୍ତି ସତବୀର। ନିଜର କଠିନ ପରିଶ୍ରମ ଆଜି ତାଙ୍କୁ ବଡ଼ ସଫଳତା ଆଣିଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.