Below header

ମା’ର ମମତା ଭଳି ବାପାଙ୍କ ସ୍ନେହ କମ୍‌ ନୁହେଁ, ହାଡ଼ଭଙ୍ଗା ଶୀତରେ ପୁଅକୁ ଲାଗୁଥିଲା ଶୀତ ବାପା କଲେ ଏପରି…

ମାର ମମତା ପରି ବାପାଙ୍କ ସ୍ନେହ ମଧ୍ୟ କିଛି କମ୍‌ ନୁହେଁ । ବାପା ସିନା ୧୦ ମାସ ଗର୍ଭରେ ଧରି ପିଲାଟିଏ ଜନ୍ମ କରିନଥାନ୍ତି କିନ୍ତୁ ତାଙ୍କର ମଧ୍ୟ ନିଜ ସନ୍ତାନ ପ୍ରତି ରହିଥାଏ ଅନାବିଳ ପ୍ରେମ । ନିକଟରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖି ଆପଣଙ୍କ ହୃଦୟ ବି ତରଳିଯିବ ।

ସତରେ ବାପା ମା’ଙ୍କ ସ୍ନେହ ଅମୂଲ୍ୟ ରତ୍ନ । ଏ ଦୁନିଆରେ ବାପା ମାଙ୍କ ସ୍ନେହ ଭଲପାଇବା ଆର୍ଶୀବାଦକୁ ଛାଡ଼ି ବାକି ସବୁ ମୂଲ୍ୟ ହୀନ । ଗୋଟିଏ ସନ୍ତାନ ଯେତେବେଳେ ଜନ୍ମ ହୋଇଥାଏ ସେବେଠୁ ତା ବାପା ମା’ଙ୍କ ଆର୍ଶୀବାଦ ତା ସାଥିରେ ସବୁବେଳେ ରହିଥାଏ । ଏହି ଆର୍ଶୀବାଦ ସନ୍ତାନ ର କିଛି କ୍ଷତି ହେବାକୁ ଦେଇନଥାଏ । ଯାହା ଅଦୃଶ୍ୟ ଛାଇ ପରି ସବୁବେଳେ ପାଖେ ପାଖେ ରହିଥାଏ । ଆପଣ ଭାବୁଥିବେ ଆଜି ଆମେ କାହିଁକି ଏସବୁ ବିଷୟରେ କହୁଛୁ । ହଁ ଆଜ୍ଞା, ନିକଟରେ ଏଭଳି କିଛି ଦୃଶ୍ୟ ମନ ଛୁଇଁଯାଇଥିଲା ଯାହା ଆମେ ଆପଣମାନଙ୍କ ସାମ୍ନାରେ ଉପସ୍ଥାପନା କରୁଛୁ ।

ମାର ମମତା ପରି ବାପାଙ୍କ ସ୍ନେହ ମଧ୍ୟ କିଛି କମ୍‌ ନୁହେଁ । ବାପା ସିନା ୧୦ ମାସ ଗର୍ଭରେ ଧରି ପିଲାଟିଏ ଜନ୍ମ କରିନଥାନ୍ତି କିନ୍ତୁ ତାଙ୍କର ମଧ୍ୟ ନିଜ ସନ୍ତାନ ପ୍ରତି ରହିଥାଏ ଅନାବିଳ ପ୍ରେମ । ନିକଟରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖି ଆପଣଙ୍କ ହୃଦୟ ବି ତରଳିଯିବ।

ଦେଶର କୋଣ ଅନୁକୋଣରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି ଲୋକେ ଖଟରୁ ତଳକୁ ପାଦ ଥୋଇବାକୁ ଡରୁଛନ୍ତି। ବାହାରକୁ ବାହାରିବା ତ କେତେ ଦୂରର କଥା । ଏହି ସମୟରେ ବିଳମ୍ବିତ ରାତିରେ ଜଣେ ଲୋକ ବାଇକ୍‌ ଡ୍ରାଇଭିଂ କରି ଯାଉଛନ୍ତି । ବ୍ୟକ୍ତିଙ୍କ ପଛ ସିଟ୍‌ରେ ବସିଛନ୍ତି ତାଙ୍କ ପୁଅ । ପ୍ରବଳ ଶୀତ ଯୋଗୁଁ ପବନ ମଧ୍ୟ ବହୁଥାଏ । ବାଇକ୍‌ ରେ ଯାତ୍ରା କରିବା ଟିକିଏ କଷ୍ଟକର ହେଉଥାଏ । କିନ୍ତୁ ବ୍ୟକ୍ତି ଜଣକ ବାଇକ୍‌ରେ ଯାତ୍ରା କଲାବେଳେ ଏକ ଗାମୁଛା ଘୋଡାଇ ହୋଇଥାଆନ୍ତି । ଆଉ ତାଙ୍କ ପଛରେ ବସିଥିବା କୁନିପୁଅକୁ ସେଇ ଗାମୁଛାରେ ଘୋଡାଇ ଦେଉଥାଆନ୍ତି । କାଳେ ଗାମୁଛା ଉଡିଯିବ ତେଣୁ ଗୋଟିଏ ହାତରେ ବାଇକ୍‌ ଚଲାଇ ଆର ହାତକୁ ପଛରେ କୁନିପୁଅକୁ ଧରି ରଖିଛନ୍ତି।ତେବେ ଏହି ଭିଡିଓଟିକୁ ଦେଖି ସମସ୍ତେ ଭାବବିହ୍ଵଳ ହେବା ସହ ଭିଡିଓଟିକୁ ଖୁବ୍‌ ପସନ୍ଦ କରିଛନ୍ତି । ସତରେ ବାପା ହେବ ତ ଏମିତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.