କୋଟିପତି ଏମଭିଆଇ ପଞ୍ଚାନନ ବେହେରା ଗିରଫ, ଆୟ ଠାରୁ ୨୯୩% ଅଧିକ ସଂପତ୍ତି ଠାବ କଲା ଭିଜିଲାନ୍ସ

ସଂପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ । ତାଙ୍କ ପାଖରେ ଆୟ ଠାରୁ ୨୯୩ ପ୍ରତିଶତ ଅଧିକ ସଂପତ୍ତି ଠାବ ହୋଇଛି । ତାଙ୍କର ଭୁବନେଶ୍ବରରେ ଦୁଇଟି କୋଠା, ୩୧ଟି ପ୍ଲଟ ରହିଛି । ଏଥିରେ ରହିଛି ୧୦ଟି ବେନାମୀ ପ୍ଲଟ ।

ଭୁବନେଶ୍ୱର (କେନ୍ୟୁଜ): କୋଟିପତି ଏମଭିଆଇ ଗିରଫ । ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ । ତାଙ୍କ ପାଖରେ ଆୟ ଠାରୁ ୨୯୩ ପ୍ରତିଶତ ଅଧିକ ସଂପତ୍ତି ଠାବ ହୋଇଛି । ତାଙ୍କର ଭୁବନେଶ୍ବରରେ ଦୁଇଟି କୋଠା, ୩୧ଟି ପ୍ଲଟ ରହିଛି । ଏଥିରେ ରହିଛି ୧୦ଟି ବେନାମୀ ପ୍ଲଟ । ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗତକାଲି ପଞ୍ଚାନନ ବେହେରାଙ୍କ ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଚଢଉ କରିଥିଲା ଭିଜିଲାନ୍ସ । ପଞ୍ଚାନନଙ୍କ ଅଚଳାଚଳ ସଂପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଚକିତ ହୋଇଛନ୍ତି ।

ଭୁବନେଶ୍ବର ଶୈଳଶ୍ରୀ ବିହାରରେ ଏକ ୩ହଜାର ବର୍ଗଫୁଟର କୋଠା ଓ ପାଣ୍ଡରା ସତ୍ୟବିହାର ଠାରେ ୨୪ଶହ ବର୍ଗ ଫୁଟର କୋଠା ରହିଛି । ଭୁବନେଶ୍ବର ପ୍ରାଇମ ଲୋକେସନରେ ୩୧ଟି ପ୍ଲଟ ରହିଥିବା ବେଳେ ଏଥିରୁ ୧୦ଟି ବେନାମୀ ରହିଛି । ଏହାର ମୂଲ୍ୟ ୨କୋଟି ୧୦ଲକ୍ଷ ଟଙ୍କା ହେବ ବୋଲି ଆକଳନ କରିଛି ଭିଜିଲାନ୍ସ । ବିଭିନ୍ନ ବ୍ୟାଙ୍କ ଓ ବୀମାରେ ଜମା ରହିଛି ୭୨ଲକ୍ଷ ୮୦ ହଜାର ଟଙ୍କା । ପଞ୍ଚାନନଙ୍କ ପାଖରେ ନଗଦ ଟଙ୍କା ଓ ସୁନା ଅଳଙ୍କାର ପ୍ରାୟ ୧୫ଲକ୍ଷରୁ ଅଧିକ ଟଙ୍କାର ରହିଛି । ପୁଅକୁ ଡାକ୍ତରୀ ପାଠ ପଢାଇବାରେ ଖର୍ଚ୍ଚ କରିଛନ୍ତି ୫୦ ଲକ୍ଷ ଟଙ୍କା । ଗୋଟିଏ କାର ସହ ୩ଟି ବାଇକ ରହିଥିବା ବେଳେ ଏଗୁଡ଼ିକ ବେନାମୀ ବୋଲି ଜଣାପଡ଼ିଛି । ଆୟ ବର୍ହିଭୁତ ସଂପତ୍ତି ଠୁଳ ନେଇ ନୟାଗଡ଼, ଭୁବନେଶ୍ବର, ଖୋର୍ଦ୍ଧା ଓ କଟକର ୭ଟି ସ୍ଥାନରେ ଚାଲିଛି ଚଢଉ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.