Below header

ରାମ ମନ୍ଦିର ଭୂମି ପୂଜନ, ଶିଳାନ୍ୟାସ ପାଇଁ ବ୍ୟବହାର ହେବ ରୂପାରେ ତିଆରି ହୋଇଥିବା କୋଦାଳ ଏବଂ କରଣୀ

ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମ କିଛି ସମୟରେ ଆରମ୍ଭ ହେବ। ୧୨.୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ମୋଦିଙ୍କ କରକମଳରେ ରାମ ମନ୍ଦିରର ଆଧାରଶିଳାର ସ୍ଥାପନା କରାଯିବ। ସବୁଠାରୁ ସ୍ୱତନ୍ତ୍ର କଥା ହେଲା, ମନ୍ଦିରର ଶିଳାନ୍ୟାସ ସମୟରେ ରୂପାର କୋଦାଳ ଏବଂ କରଣୀର ବ୍ୟବହାର କରାଯିବ। ମୋଦି ଶିଳାନ୍ୟାସ କରିବା ପାଇଁ ଚାନ୍ଦି କୋଦାଳରେ ମାଟି ଖୋଳିବେ।

କେବଳ ଏତିକି ନୁହେଁ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଥିବା ସମସ୍ତ ଅତିଥିଙ୍କୁ ଲଡୁ ସହିତ ରୂପା କଏନ ମଧ୍ୟ ଦିଆଯିବ। ଏହି ମୁଦ୍ରାରେ ଏକ ପାର୍ଶ୍ୱରେ ରାମ, ସୀତା, ଲକ୍ଷ୍ମଣ ଏବଂ ହନୁମାନଙ୍କ ଛବି ରହିଥିବା ବେଳେ ଦ୍ୱିତୀୟ ପାର୍ଶ୍ୱରେ ଟ୍ରଷ୍ଟର ପ୍ରତୀକ ଚିହ୍ନ ରହିବ।

modi

ସୂଚନାଯୋଗ୍ୟ, ଭୂମି ପୂଜନ କାର୍ଯ୍ୟକ୍ରମ ପାଇଁ ମୋଦି ଅଯୋଧ୍ୟାରେ ପହଞ୍ଚିସାରିଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପହଞ୍ଚିସାରିଲେଣି। ଆଉ କିଛି ସମୟ ପରେ ଶିଳାନ୍ୟାସ କରାଯିବ। ମୋଦି ଅଯୋଧ୍ୟାରେ ପହଞ୍ଚି ହନୁମାନଗଢି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ସେଠାରେ ସେ ଯାଇ ରାମଜନ୍ମ ଭୂମି ସ୍ଥଳରେ ପହଞ୍ଚି ପୂଜା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.