ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ, ମିଳିଲା କେନ୍ଦ୍ରର ଅନୁମତି

ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ଯାଞ୍ଚ କରିବ ସିବିଆଇ। ବିହାର ସରକାରଙ୍କ ତରଫରୁ ସିବିଆଇ ଯାଞ୍ଚ ପାଇଁ କରାଯାଇଥିବା ଆବେଦନକୁ କେନ୍ଦ୍ର ଗ୍ରହଣ କରିଛି। ଖୁବ୍‌ଶୀଘ୍ର ଏହା ମାମଲାର ସିବିଆଇ ତଦନ୍ତ ଆରମ୍ଭ ହେବ ବୋଲି ଆଜି କେନ୍ଦ୍ର ସ୍ପଷ୍ଟ କରିଛି। ଏଣୁ ସୁଶାନ୍ତଙ୍କୁ ନ୍ୟାୟ ମିଳିବ ବୋଲି ଫ୍ୟାନ୍‌ମାନେ ଆଶା ପ୍ରକଟ କରିଛନ୍ତି।

ସୂଚନାଯୋଗ୍ୟ ଯେ ସୁଶାନ୍ତଙ୍କ ବାପା ମଙ୍ଗଳବାର ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଭେଟି ନିଜ ତରଫରୁ ପୁଅ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ କରିବାକୁ ଅନୁରୋଧ କରିଥିଲେ। ସୁଶାନ୍ତ ସିଂହ ରାଜପୁତଙ୍କ ପିତାଙ୍କୁ ଭେଟିବା ପରେ ନୀତିଶ କରିଥିଲେ ମୁଁ ସୁଶାନ୍ତଙ୍କ ବାପାଙ୍କ ସହ କଥାବାର୍ତ୍ତା କଲି। ସେ ପୁଅ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ଅନୁରୋଧ କରିଛନ୍ତି। ତାଙ୍କ ଦାବି ଆଧାରରେ ବିହାର ସରକାର ସିବିଆଇ ଯାଞ୍ଚ ପାଇଁ ସୁପାରିଶ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.