Below header

ଦିଲ୍ଲୀରୁ ବାହାରି ଅଯୋଧ୍ୟାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ, ଆଉ କିଛି ସମୟ ପରେ ରାମ ମନ୍ଦିର ପାଇଁ କରିବେ ଭୂମି ପୂଜନ

ଅଯୋଧ୍ୟା: ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାମ ମନ୍ଦିର ପାଇଁ କରିବେ ଭୂମି ପୂଜନ । ଦିଲ୍ଲୀରୁ ବାହାରି ଅଯୋଧ୍ୟାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ। ଏହାପରେ କାରକେଡ୍‌ରେ ଯାଇ ହନୁମାନଗଡ଼ିରେ ଦର୍ଶନ କରିଛନ୍ତି ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଅଛନ୍ତି। ସେଠାରୁ ବାହାରି ରାମ ଜନ୍ମଭୂମି ସ୍ଥଳରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ।

modi jiଅପରାହ୍ନ ୧୨.୩୦ରେ ଭୂମି ପୂଜା ଆରମ୍ଭ ହେବ। ଅପରାହ୍ଣ ୧୨.୪୦ରେ ମନ୍ଦିର ପାଇଁ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ। ଶିଳାନ୍ୟାସରେ ରୁପା ଇଟାର ବ୍ୟବହାର କରାଯିବ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ମହନ୍ତ ନୃତ୍ୟ ଗୋପାଳ ଦାସ ଏଥିପାଇଁ ୪୦ କେଜି ରୁପା ଇଟା ଦାନ କରିଛନ୍ତି । ଭୂମି ପୂଜନ ଉତ୍ସବ ପାଇଁ କାଞ୍ଚି କାମକୋଟିର ଶଙ୍କରାଚାର୍ଯ୍ୟ ଜୟେନ୍ଦ୍ର ସରସ୍ୱତୀ ରୁପାର ମୁଦ୍ରା ପଠାଇଛନ୍ତି। ସେଗୁଡିକ ଉତ୍ସବରେ ଉପସ୍ଥିତ ସାଧୁସନ୍ଥଙ୍କୁ ପ୍ରଦାନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.