ସୁନ୍ଦରଗଡ଼ ଦାଘୋରା ନିକଟ ରେଳଧାରଣାରୁ କଲରାପତରିଆ ବାଘର ମୃତଦେହ ଉଦ୍ଧାର

ସୁନ୍ଦରଗଡ଼: ରେଳ ଧାରଣାରୁ ବାଘର ମୃତଦେହ ଉଦ୍ଧାର। ଦାଘୋରା ନିକଟ ରେଳଧାରଣାରୁ କଲରାପତରିଆ ବାଘର ମୃତଦେହକୁ ଉଦ୍ଧାର କରିଛି ବନବିଭାଗ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବନଖଣ୍ଡ ରାମ୍ପିଆ ଗାଁରେ ବାଘଟି ପଶି ଲୋକଙ୍କୁ ଆକ୍ରମଣ କରିଥିଲା। ପ୍ରଥମେ ଜଣେ ମହିଳାଙ୍କୁ ବାଘଟି ଆକ୍ରମଣ କରିଥିଲା। ଏହାପରେ ଆଉ ୩ଜଣ ମଧ୍ୟ ଆକ୍ରମଣର ଶୀକାର ହୋଇଥିଲେ।

ଆହତ ମାନଙ୍କୁ ହେମଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗାଁରେ ବାଘ ବୁଲୁଥିବା ନେଇ ଖବର ପାଇବା ପରେ ବନବିଭାଗ କର୍ମଚାରୀ ପାଟ୍ରୋଲିଙ୍ଗ ଆରମ୍ଭ କରିଥିଲେ। କିନ୍ତୁ ଆଜି ସକାଳୁ ରେଳ ଧାରଣା କଡରୁ ବାଘର ମୃତଦେହ ମିଳିଥିଲା। ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛନ୍ତି। ତେବେ ଟ୍ରେନ୍‌ ଧକ୍କାରେ ନା ଲୋକଙ୍କ ଆକ୍ରମଣରେ ବାଘର ମୃତ୍ୟୁ ହେଲା ସେନେଇ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.