ଅନେକ ରାଜ ଖୋଲିଲେ ସୁଶାନ୍ତଙ୍କ ପୂର୍ବତନ ଆସିଷ୍ଟାଣ୍ଟ ଅଙ୍କିତ: କହିଲେ ରିୟା ଆସିବା ପରେ ସବୁକିଛି ବଦଳିଥିଲା, ପୂଜାରେ ବ୍ୟବହାର ହେଉଥିଲା ଲେମ୍ବୁ ଆଉ….

ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଏକ ପକ୍ଷରେ ମୁମ୍ବାଇ ପୋଲିସ ଯାଞ୍ଚ କରୁଥିବା ବେଳେ ସେପଟେ ବିହାର ପୋଲିସ ମଧ୍ୟ ଯାଞ୍ଚ କରିବାର କୌଣସି ହେଳା କରୁନାହିଁ। ଏହାଛଡା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ମଙ୍ଗଳବାର ବିହାର ସରକାର ସିବିଆଇ ଯାଞ୍ଚର ସୁପାରିଶ କରିଛନ୍ତି। ପ୍ରତିଦିନ ତାଙ୍କ ମୃତ୍ୟୁକୁ ନେଇ ଅନେକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ସମୟରେ ତାଙ୍କ ପୂର୍ବତନ ଆସିଷ୍ଟାଣ୍ଟ ଅଙ୍କିତ ଆଚାର୍ଯ୍ୟ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ତାଙ୍କ ସହ ୩ବର୍ଷ ଯାଏଁ ରହିଥିଲେ ଏବଂ ସେ ରହିବା ଭିତରେ ସେ କେବେ ଭିତରୁ କବାଟ ବନ୍ଦ କରି ନଥିଲେ।

ଅଙ୍କିତ କହିଥିଲେ,‘ ସେ ସୁଶାନ୍ତ ଭାଇଙ୍କ ସହ ତାଙ୍କ ଛାଇ ଭଳି ରହୁଥିଲେ। ସେ ତାଙ୍କ ସହ ୩ବର୍ଷ ଯାଏଁ ରହିଛନ୍ତି। ସୁଶାନ୍ତ ଭାଇ କେବେ ତାଙ୍କ ରୁମକୁ ଭିତରୁ ବନ୍ଦ କରିନଥିଲେ। ୨୦୧୯ ଅଗଷ୍ଟରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ପୂରା ଷ୍ଟାଫଙ୍କୁ ବଦଳାଇ ଦେଇଥିଲେ। ସେ ଯେତେବେଳେ ତାଙ୍କ ଗାଁରୁ ଫେରିଥିଲେ ହଠାତ୍ ସବୁ ନୂଆ ଷ୍ଟାଫଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କ ନୂଆ ବଡିଗାର୍ଡ଼ ତାଙ୍କୁ ଘର ଭିତରେ ପଶିବାକୁ ଦେଇନଥିଲେ। ରିୟା ଏସବୁ କାହିଁକି କରିଥିଲେ କାହାକୁ ଜଣା ନଥିଲା। ଏହାଛଡା ୟୁରୋପ ଟ୍ରିପରୁ ଫେରିବା ପରେ ସୁଶାନ୍ତ କିଛି ବଦଳିବା ପରି ଲାଗୁଥିଲେ। ସେହିପରି ୨୦୧୯ରେ ସୁଶାନ୍ତ ବ୍ୟାଙ୍କ ଆକାଉଣ୍ଟରେ ୩୦ କୋଟି ଟଙ୍କା ଥିଲା।

sushan

ଅଙ୍କିତ କହିଥିଲେ ଯେ, ସୁଶାନ୍ତଙ୍କ ନୂଆ ଷ୍ଟାଫ ତାଙ୍କୁ କହିଥିଲେ ଯେ ରିୟା ମ୍ୟାଡାମ୍ ଶପିଂ,ଫୁଡ ଏବଂ ପୂଜା ସାମଗ୍ରୀ ଉପରେ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି। ସୁଶାନ୍ତଙ୍କ ଘରେ ସବୁବେଳେ ପୂଜାପାଠ ହେଉଥିଲା।କିନ୍ତୁ ପୂଜା ପାଠ ସମୟରେ କୌଣସି ମୂର୍ତ୍ତି ସ୍ଥାପନା ହେଉନଥିଲା। ପୂଜାରେ ଲେମ୍ବୁ ଏବଂ ଅନ୍ୟ ଜିନିଷ ସବୁ ବ୍ୟବହାର ହେଉଥିଲା।

44

ଅଙ୍କିତଙ୍କ କହିବା ଅନୁସାରେ ୨୦୧୯ ସେପ୍ଟେମ୍ବର ମାସରେ ସୁଶାନ୍ତଙ୍କ ସହ ଯେତେବେଳେ ତାଙ୍କର ସାକ୍ଷାତ ହୋଇଥିଲା ସେ ଅସୁସ୍ଥ ଦେଖାଯାଉଥିଲେ। ୟୁରୋପ ଟ୍ରିପରୁ ଫେରିବା ପରେ ସେ ମୋତେ ସାକ୍ଷାତ କରିବାକୁ ଡାକିଥିଲେ। ମୋତେ ଦୁଇ ମାସର ଦରମା ଦେଇଥିବା ସହ ଅଧିକ ୫୦ ହଜାର ଟଙ୍କା ମଧ୍ୟ ଦେଇଥିଲେ। ଏହି ସମୟରେ ସେ ପୁରା ବଦଳିବା ଭଳି ଲାଗିବା ସହିତ ଆଖି ତଳ କଳା ପଡିଯାଇଥିଲା। ତାଙ୍କ ମୁହଁରେ ହସ ନଥିଲା। ରିୟା ତାଙ୍କର ସବୁ ଜିନିଷକୁ ପର୍ସନାଲ ହ୍ୟାଣ୍ଡେଲ କରୁଥିଲେ।

ପୂର୍ବରୁ ଖବର ଆସିଥିଲା କି, ପୂଜା ନାମରେ ସୁଶାନ୍ତ ଆକାଉଣ୍ଟରୁ ପ୍ରତିଦିନ ରିୟା ବହୁତ ପଇସା ଗାଏବ କରୁଥିଲେ। ଏହାଛଡା ସୁଶାନ୍ତଙ୍କ ଭଉଣୀଙ୍କ ଅଭିଯୋଗ ଅନୁଯାୟୀ, ରିୟା ସୁଶାନ୍ତଙ୍କ ଉପରେ କଳାଯାଦୁ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.