Below header

ଝିଅ ଭାମିକାଙ୍କୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ କ୍ଷମା କଲେ ବିରାଟ ଓ ଅନୁଷ୍କା, ବମ୍ବେ ହାଇକୋର୍ଟ ରଦ୍ଦ କଲେ FIR

ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ଇଞ୍ଜିନିୟରଙ୍କ ବିରୋଧରେ ଏଫ୍ଆଇଆର୍ ଖାରଜ ହୋଇଛି। ବମ୍ବେ ହାଇକୋର୍ଟଙ୍କ ଜଷ୍ଟିସ୍ ଗଡକରୀ ଏବଂ ଜଷ୍ଟିସ୍ ପିଡି ନାୟକଙ୍କ ବେଞ୍ଚ ସୋମବାର ଏହି ନିଷ୍ପତ୍ତି ଶୁଣାଇଛନ୍ତି।

ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ଇଞ୍ଜିନିୟରଙ୍କ ବିରୋଧରେ ଏଫ୍ଆଇଆର୍ ଖାରଜ ହୋଇଛି। ବମ୍ବେ ହାଇକୋର୍ଟଙ୍କ ଜଷ୍ଟିସ୍ ଗଡକରୀ ଏବଂ ଜଷ୍ଟିସ୍ ପିଡି ନାୟକଙ୍କ ବେଞ୍ଚ ସୋମବାର ଏହି ନିଷ୍ପତ୍ତି ଶୁଣାଇଛନ୍ତି। ଏହି ମାମଲାରେ ଅଭିଯୋଗକାରୀ କୋର୍ଟରେ ଏକ ସହମତି ପ୍ରଦାନ କରିଥିଲେ, ଯେଉଁଥିରେ ଅଭିଯୁକ୍ତ ରାମନାଗେଶ ଶ୍ରୀନିବାସଙ୍କ ବିରୋଧରେ ମକଦ୍ଦମା ନ କରିବାକୁ କୁହାଯାଇଥିଲା।

ଏହି ମାମଲାରେ ଅଭିଯୋଗକାରୀ ବିରାଟ-ଅନୁଷ୍କାଙ୍କ ମ୍ୟାନେଜର ଥିଲେ। ଏହାଛଡ଼ା ଅଭିଯୁକ୍ତ କୋର୍ଟଙ୍କୁ କହିଛନ୍ତି ଯେ ସେ ଜଣେ ମେଧାବୀ ଆଇଆଇଟି-ଜେଇଇ ର‍୍ୟାଙ୍କ୍‌ଧାରୀ। ଏହି ମାମଲା ତାଙ୍କ ଭବିଷ୍ୟତର ସମ୍ଭାବନାକୁ କ୍ଷତି କରିବ। ଏହି ଯୁକ୍ତି ପରେ କୋର୍ଟ ଏଫଆଇଆର ଏବଂ ଚାର୍ଜସିଟକୁ ଖାରଜ କରିଦେଇଥିଲେ।

ଘଟଣା ହେଉଛି ୨୦୨୧ ବର୍ଷର। ଏହି ବର୍ଷ ହୋଇଥିବା ଟି-୨୦ ବିଶ୍ୱକପରେ ଭାରତୀୟ କ୍ରିକେଟ୍ ଦଳ ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡରୁ ମ୍ୟାଚ୍‌ ହାରି ଯାଇଥିଲା। ଏଥିରେ ରାଗିଯାଇ ରାମନାଗେଶ ଶ୍ରୀନିବାସ ଅକୁବାଥିନି ସୋସିଆଲ ମିଡିଆରେ ବିରାଟ କୋହଲିଙ୍କ ପରିବାର ଏବଂ ତାଙ୍କ ଝିଅ ଭାମିକାଙ୍କୁ ନେଇ ଅପଶବ୍ଦ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

ପରେ ମୁମ୍ବାଇ ପୋଲିସର ସାଇବର ସେଲ୍‌ ଅଭିଯୁକ୍ତଙ୍କୁ ହାଇଦ୍ରାବାଦରୁ ଗିରଫ କରିଥିଲା। ଗିରଫ ହେବାର ମାତ୍ର ଦୁଇ ସପ୍ତାହ ପରେ ତାଙ୍କୁ ଜାମିନ ମିଳିଥିଲା। ସେହି ବର୍ଷ ନଭେମ୍ବର ୨୭ରେ ଶ୍ରୀନିବାସଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.