ଏମିତି ମେସେଜ ଆସୁଥିଲେ ସତର୍କ ରୁହନ୍ତୁ

ଆପଣଙ୍କ ଫୋନ କୁ ଆସୁଛି କି ଏପରି ମେସେଜ ? ତେବେ ସତର୍କ ରୁହନ୍ତୁ , ନଚେତ ଆକାଉଣ୍ଟ ହୋଇଯିବ ଖାଲି

ସ୍ମାର୍ଟଫୋନ୍ ଆସିବା ପରେ ଆପଣଙ୍କୁ କିଛି ବିଶେଷ କଥାର ଧ୍ୟାନ ରଖିବା ଆବଶ୍ୟକ ହୋଇଥାଏ । ଏହାକୁ ଅଣଦେଖା ନକରିବା ଉଚିତ। ସ୍ମାର୍ଟଫୋନରେ ହ୍ୟାକିଂ ସମସ୍ୟା ତ ଅନେକ ବାର ଆମେ ଶୁଣିଛେ। ଅନେକ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ଏନେଇ ଚୋରି ମଧ୍ୟ ହେଉଛି । କ’ଣ ଆପଣଙ୍କ ଫୋନକୁ ଆସୁଛି କି ଏହି ମେସେଜ। ତୁରନ୍ତ କରନ୍ତୁ Delet। ନଚେତ ବ୍ୟାଙ୍କ ଆକାଉଣ୍ଟ ହୋଇଯିବ ଖାଲି । ଏମିତିରେ ଆପଣଙ୍କୁ ବହୁତ କ୍ଷତିର ସମ୍ମୁଖୀନ ହେବାକୁ ପଡିପାରେ ।

ଆଜିକାଲି ଉପଭୋକ୍ତାଙ୍କୁ ଏକ ମେସେଜ ପଠାଯାଉଛି, ଯେଉଁଥିରେ ସେମାନଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ପାଇଁ ଚାକିରିର ଲୋଭ ଦିଆଯାଉଛି । ଏଥିରେ ଦାବି କରାଯାଉଛି ଯେ, ୟୁଜର୍ସଙ୍କୁ ପ୍ରତି ମାସରେ ୫୦ ହଜାର ଟଙ୍କାର ଚାକିରି ମିଳିବ । ଏଥିପାଇଁ ମେସେଜରେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ୍ କରିବାକୁ କୁହାଯାଉଛି । ଏହି ଲିଙ୍କ୍ ଉପରେ କ୍ଲିକ୍ କରିବା ଦ୍ୱାରା ଆପଣ ସିଧାସଳଖ ହ୍ୱାଟ୍ସଆପ ଚାଟ୍ ରେ ପହଞ୍ଚିଯାଆନ୍ତି, ଯେଉଁଠାରେ ଆପଣଙ୍କୁ ଅନେକ ମିଛ ଦାବି କୁହାଯାଏ । ଏଥିରେ ଆପଣଙ୍କୁ ଅନେକ ଡିଟେଲସ ପଚରାଯାଏ ।

ପ୍ରଥମ ରାଉଣ୍ଡ ଇଣ୍ଟରଭ୍ୟୁ କ୍ଲିଅର କରିବା ପରେ ଦ୍ୱିତୀୟ ରାଉଣ୍ଡ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ହେବ ବୋଲି କୁହାଯାଏ । ଜଣେ ବ୍ୟକ୍ତିଙ୍କ ଏଣ୍ଟ୍ରି ହେବ, ଯିଏ ଏହି ଚାକିରି ବିଷୟରେ ସୂଚନା ହାସିଲ କରିଥାଏ । ଏହା ପରେ ଦୁଇଟି ଇଣ୍ଟରଭ୍ୟୁ ରାଉଣ୍ଡ ଅଛି ଯେଉଁଠାରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ବିଷୟରେ ପ୍ରାର୍ଥୀଙ୍କୁୁ ପଚରାଯାଏ । ଶେଷ ରାଉଣ୍ଡରେ ପହଞ୍ଚିବାକୁ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଏବଂ ଅନ୍ୟାନ୍ୟ ସୂଚନା ଦେବାକୁ ପଡିବ ବୋଲି କୁହାଯାଏ । ଏମିତିରେ ସର୍ତ୍ତ ରଖାଯାଏ ଆପଣ ଏହି ସୂଚନା ଦେବେ, ନଚେତ୍ ଆପଣ ଏଥିରୁ ବାହାରି ଯିବେ ।

ଯେତେବେଳେ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଦେବେ, ସେବେ ଆପଣଙ୍କ ରେଜିଷ୍ଟ୍ରର ମୋବାଇଲ ନମ୍ବରକୁ ଏକ ମେସେଜ୍ ଓଟିପି ଆସିବ । ଏହି ଓଟିପି ବିନା ଆପର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ସମ୍ଭବ ହେବ ନାହିଁ । ଆପଣଙ୍କୁ ଧ୍ୟାନ ଦେବା ଉଚିତ୍ ଯେ ଆପଣ ଏହି ଓଟିପିକୁ କାହା ସହିତ ସେୟାର କରକରନ୍ତୁ ନାହିଁ, କିମ୍ବା ଭୁଲରେ ମଧ୍ୟ ଆପଣ ଏହାକୁ କାହାକୁ କୁହନ୍ତୁ ନାହିଁ । ଯଦି ଆପଣ ଏହାକୁ ସେୟାର କରନ୍ତି, ତେବେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କାଟିଯାଇପାରେ । ତେଣୁ ସର୍ବଦା ସତର୍କ ରୁହନ୍ତୁ ଏବଂ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଜଡିତ ସମସ୍ତ ସୂଚନାକୁ ଗୋପନ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.