Below header

ଏକଜିଟ୍‌ ପୋଲ ପରେ ଏନଡିଏ ଶିବିର ଉତ୍ସାହିତ ! ବିରୋଧୀଙ୍କ ମତ, ଏକଜିଟ୍‌ ନୁହେଁ ଏକଜାଟ୍‌ ରେଜଲ୍ଟ

ଏକଜିଟ ପୋଲ ଆକଳନ ଅନୁସାରେ ସରକାର ଗଢିବ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର। ବିଜେପି ପୂର୍ବରୁ ପୂର୍ଣ୍ଣ ବହୁମତ ନେଇ ଦାବି କରିଆସିଛି । ସହଯୋଗୀ ଦଳ ମଧ୍ୟ ନିଜ ରାଜ୍ୟରେ ଭଲ ପ୍ରଦର୍ଶନ ନେଇ ଆଶାବାଦୀ । ମେ ୨୩ରେ ଏହା ସ୍ପଷ୍ଟ ହେବ ବୋଲି କହିଛନ୍ତି ବିଜେପି ସାଧାରଣ ସଂପାଦକ ରାମ ମାଧବ। ସେପଟେ ବିଭିନ୍ନ ରାଜ୍ୟରେ ମଧ୍ୟ ବିଜେପି ସରକାର ଗଢିବାର ସମ୍ଭାବନା ଦେଖାଦେଇଛି ବୋଲି ବିଜେପି ନେତାଙ୍କ ମତ। କର୍ଣ୍ଣାଟକରେ ଜେଡିୟୁ-କଂଗ୍ରେସ ମେଣ୍ଟର ସ୍ଥିରତା ମେ ୨୩ ପରେ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି କର୍ଣ୍ଣାଟକ ବିରୋଧୀ ଦଳ ନେତା ବିଏସ ୟେଦିୟୁରପ୍ପା ।

ଏନଡିଏ ଦିବା ସ୍ୱପ୍ନ ଦେଖୁଥିବା କହିଛନ୍ତି ବିରୋଧୀ। ୨୦୦୪ ଓ ୨୦୦୯ରେ ଏକଜିଟ ପୋଲ ଆକଳନ ସତ ହୋଇନାହିଁ। ମେ ୨୩ ତାରିଖରେ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି କହିଛି କଂଗ୍ରେସ। ଏନଡିଏ ନେତୃତ୍ୱାଧୀନ ସରକାର ମେ ୨୩ରେ ଭୁଶୁଡ଼ି ପଡିବ। ବିରୋଧୀ ହିଁ ଗଢିବେ ସରକାର ବୋଲି କହିଛନ୍ତି ପୂର୍ବତନ ସାଂସଦ ଶରଦ ଯାଦବ। ସେପଟେ ନିର୍ବାଚନ କମିଶନଙ୍କୁ ନେଇ ପ୍ରଶ୍ନ ଉଠାଇଛି ସିପିଏମ। ନିର୍ବାଚନ କମିସନ ମୋଦି ସରକାର ଦ୍ୱାରା ପରିଚାଳିତ ହେଉଥିବା କହିଛନ୍ତି ବରିଷ୍ଠ ନେତ୍ରୀ ବୃନ୍ଦା କରାତ।

ମେ ୨୩ ଭୋଟ ଗଣତି ପରେ ଜଣାପଡ଼ିବ କିଏ ଗଢିବ ସରକାର। ନାଗପୁରରେ ଆରଏସଏସ ସାଧାରଣ ସଂପାଦକ ଭୈୟାଜୀ ଯୋଶୀ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସାକ୍ଷାତ କରିଛନ୍ତି। ଏହାକୁ ନେଇ ବିଜେପି ମହଲରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.