Below header

ରାଜଧାନୀ ଭୁବନେଶ୍ୱରରେ ଭଡ଼ାଟିଆ ପରୀକ୍ଷାର୍ଥୀ, ଟଙ୍କା ନେଇ ଦେଉଛନ୍ତି ପରୀକ୍ଷା

ରାଜଧାନୀ ଭୁବନେଶ୍ୱରରେ ଭଡ଼ାଟିଆ ପରୀକ୍ଷାର୍ଥୀ । ଟଙ୍କା ନେଇ ଦେଉଛନ୍ତି ପରୀକ୍ଷା । ଓୟୁଏଟି ପ୍ରବେଶିକା ପରୀକ୍ଷା ଦେବା ବେଳେ କମିଶନରେଟ ପୋଲିସ ହାତରେ ଧରାପଡ଼ି ଜେଲ ଗଲେ ୫ ଜଣ ନକଲି ପରୀକ୍ଷାର୍ଥୀ । ଗତକାଲି ଥିଲା ଓୟୁଏଟିର ପ୍ରବେଶିକା ପରୀକ୍ଷା । ଭଡ଼ାରେ ଅନ୍ୟ ପିଲାଙ୍କ ପାଇଁ ଏମାନେ ଦେଉଥିଲେ ପରୀକ୍ଷା । ସମସ୍ତେ ରାଜସ୍ଥାନ ଓ ବିହାର ଅଞ୍ଚଳର । ମାଷ୍ଟରମାଇଣ୍ଡ ହେଉଛି ଆଦର୍ଶ ଚୌଧୁରୀ । ଏମାନଙ୍କ ଏକ ଗ୍ୟାଙ୍ଗ ଥିବା ଜାଣିବାକୁ ପାଇଛି କମିଶନରରେଟ ପୋଲିସ ।

ନକଲି ପରୀକ୍ଷାର୍ଥୀଙ୍କ ନାଁରେ ଭୁବନେଶ୍ୱର ଖଣ୍ଡଗିରି ଓ ବଡ଼ଗଡ଼ ଥାନାରେ ଦୁଇଟି ମାମଲା ରୁଜୁ ହୋଇଛି । ବିଭିନ୍ନ ସମୟରେ ଏମାନେ ଭଡାରେ ଆସି ପରୀକ୍ଷା ଦେଉଥିଲେ ବୋଲି ଜଣାପଡ଼ିଛି । ପ୍ରତି ପରୀକ୍ଷାର୍ଥୀଙ୍କ ପାଇଁ ନକଲି ପରୀକ୍ଷାର୍ଥୀ ନେଉଥିଲେ ୩ ଲକ୍ଷ ଟଙ୍କା ।

ପ୍ରଶ୍ନ ଉଠୁଛି, ପ୍ରଥମଥର ଏମାନେ ଭୁବନେଶ୍ୱର ଆସିଛନ୍ତି ନା ପୂର୍ବରୁ କେବେ ଆସିଥିଲେ ? ପୂର୍ବରୁ ଅନ୍ୟ ପିଲାଙ୍କ ଏମାନେ ଆଉ କେଉଁ କମ୍ପିଟେଟିଭ୍‌ ପରୀକ୍ଷା ଦେଇଛନ୍ତି ? କେଉଁମାନଙ୍କ ଜରିଆରେ ଆସନ୍ତି ? ଭୁବନେଶ୍ୱରରେ ଏହି ଗ୍ୟାଙ୍ଗର ସଦସ୍ୟ ଅଛନ୍ତି କି ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି କମିଶନରରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.