Below header

ସୈନିକମାନେ ସୋସିଆଲ ମିଡିଆ ବ୍ୟବହାର ନେଇ ପ୍ରତିକ୍ରିୟା ରଖିଲେ ସେନା ମୁଖ୍ୟ : କହିଲେ ରୋକିବା ଉଚିତ ନୁହେଁ

ନୂଆଦିଲ୍ଲୀ : ଭାରତୀୟ ସେନା କର୍ମଚାରୀଙ୍କୁ ସୋସିଆଲ ମିଡିଆ ଏବଂ ସ୍ମାର୍ଟ ଫୋନ୍ ଠାରୁ ଦୂରେଇ ରଖିବା ନେଇ ଉଠିଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି ସେନା ବାହିନୀ ମୁଖ୍ୟ ଜେନେରାଲ ବିପିନ ରାୱତ । ସେ କହିଛନ୍ତି ସୋସିଆଲ ମିଡିଆ ଦୁନିଆରୁ ଉଭେଇ ଯିବ ନାହିଁ । ଏଇଠି ହିଁ ରହିବ । ତେଣୁ ସୈନିକମାନେ ତାକୁ ବ୍ୟବହାର କରିବେ । କାରଣ ଜଣେ ସେନା କର୍ମଚାରୀକୁ ଆମେ ସ୍ମାର୍ଟଫୋନ ବ୍ୟବହାର କରନାହିଁ ବୋଲି କହି ପାରିବୁ ନାହିଁ । ଯଦି ଫୋନ୍ ବ୍ୟବହାରରୁ ରୋକି ହେବ ନାହିଁ ତେବେ ଭଲ ହେବ ସେମାନଙ୍କୁ ଏଥିଲାଗି ଅନୁମତି ଦେବା । କିନ୍ତୁ ସ୍ମାର୍ଟଫୋନ୍ ଓ ସୋସିଆଲ ମିଡିଆ ବ୍ୟବହାର ନେଇ ସେମାନଙ୍କୁ ଶ୍‌ଙ୍ଖଳିତ କରିବାକୁ ହେବ । ଦୁରୁପଯୋଗ ବଦଳରେ କିଭଳି ଏହାର ସଦୁପଯୋଗ କରାଯିବ ସେ ସମ୍ପର୍କରେ ସୈନିକମାନଙ୍କୁ ବୁଝାଇଲେ ଆମେ ତାର ଫାଇଦା ଉଠାଇ ପାରିବା ବୋଲି ସେନା ବାହିନୀ ମୁଖ୍ୟ ଜେନେରାଲ ବିପିନ ରାୱତ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.