କେରଳରେ ପ୍ରବଳ ବର୍ଷା, ସତର୍କ ସୂଚନା ଦେଲା ପାଣିପାଗ ବିଭାଗ : ଖୋଲିଲା କାଲ୍ଲାକୁଟ୍ଟୀ ନଦୀବନ୍ଧ ଗେଟ

କେରଳରେ ପ୍ରବଳ ବର୍ଷା ମୌସୁମୀ ସର୍ବଦା ନିଜର କରାଳ ରୂପ ଦେଖାଇଥାଏ। ଅନେକ ଧନଜୀବନ ହାନୀ କରିବା ସହ ଧନସମ୍ପତ୍ତିମଧ୍ୟ ନଷ୍ଟ କରିଥାଏ। ଗତ ବର୍ଷ ମଧ୍ୟ ଏପରି ତାଣ୍ଡବ ରଚିଥିଲା ମୌସୁମୀ। ଏବେ ମଧ୍ୟ କେରଳରେ ପ୍ରବଳ ବର୍ଷା ଜାରି ରହିଛି। ପ୍ରବଳ ବର୍ଷା କାରଣରୁ ଶୁକ୍ରବାର ଦୁଇଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି। ବର୍ଷାରେ ଅନେକ ଜିନିଷ ମଧ୍ୟ ନଷ୍ଟ ହୋଇଗଲାଣି। ଯାହା ପରେ ଜିଲା ପ୍ରଶାସନ ପକ୍ଷରୁ ଅନେକ ପରିବାରକୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି ପାଣିପାଗ ବିଜ୍ଞାନ ବିଭାଗ ପକ୍ଷରୁ ରାଜ୍ୟର ତିନି ଜିଲାରେ ଅତ୍ୟନ୍ତ ପ୍ରବଳ ବର୍ଷା ଯୋଗୁଁ ଆଗାମୀ ତିନି ଦିନ ପାଇଁ ସତର୍କ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ଆଜି କାସରଗୋଡ ଜିଲା ପାଇଁ ବେଶୀ ସତର୍କ ସୂଚନା ଦିଆଯାଇଛି। ସେହିଭଳି ଇଡୁକ୍କୀ, କନୁର, କୋଝିକୋଡ, ମଲାପୁରମ ଏବଂ ବାୟନାଡ ପାଇଁ ମଧ୍ୟ ଅରେଞ୍ଜ ସତର୍କ ଦିଆଯାଇଛି। କୋଝିକୋଡ ଏବଂ ବାୟନାଡ ପାଇଁ ୨୧ ଜୁଲାଇ ପାଇଁ ରେଡ ଆଲର୍ଟ ଏବଂ ମଲାପୁରମ ଏବଂ କନୁର ପାଇଁ ଅରେଞ୍ଜ ଆଲର୍ଟ ଦିଆଯାଇଛି। କନୁର ଜିଲାରେ ପ୍ରବଳ ବର୍ଷା କାରଣରୁ ଥାକ୍କରା, ପଡନ୍ନାପଲନ ଏବଂ ବଲ୍ଲୀକ୍କୁନ୍ନୁ ଅଞ୍ଚଳର ୩୦ଟି ପରିବାରକୁ ଦୁଇଟି ଅଲଗା ଅଲଗା ଆଶ୍ରୟସ୍ଥଳୀରେ ପହଞ୍ଚାଯାଇଛି। ସେହିଭଳି କୋଝିକୋଡ ଜିଲାର ଚିରୁବନ୍ନୁର କ୍ଷେତ୍ରରେ ୩୬ଟି ପରିବାରକୁ ନିଲ୍ଲମ ସ୍ଥିତ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି। ଜଳଗ୍ରହଣ କ୍ଷେତ୍ରରେ ପ୍ରବଳ ବର୍ଷା ହେବା କାରଣରୁ ଇଡୁକ୍କୀ ଜିଲା ସ୍ଥିତି କଲ୍ଲାକୁଟ୍ଟୀ ନଦୀବନ୍ଧର ଗୋଟେ ଗେଟ୍ ମଧ୍ୟ ଖୋଲାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.