Below header

ଆମେରିକା: ୧୨୯ ବର୍ଷ ପୂର୍ବେ ବୁଡ଼ି ଯାଇଥିବା ଜାହାଜର ମିଳିଲା ଅବଶେଷ; ବଞ୍ଚିଥିଲେ କେବଳ ଚାଳକ ଦଳର ଦୁଇ ସଦସ୍ୟ

୧୨୯ ବର୍ଷ ପୂର୍ବେ ବୁଡ଼ି ଯାଇଥିବା ଏକ ଜାହାଜର ଅବଶେଷକୁ ଖୋଜି ବାହାର କରିଛନ୍ତି ବିଶେଷଜ୍ଞ। ୧୮୯୪ ମସିହାରେ ମିଶିଗନ୍‌ ଉପକୂଳଠାରୁ ଅଳ୍ପ ଦୂରରେ ଦୁର୍ଘଟଣାର ଶିକାର ହୋଇଥିଲା ମାଲବାହୀ ଜାହାଜ ‘ଆୟରନଟନ’।

୧୮୯୪ ମସିହାରେ ମିଶିଗନ୍‌ ଉପକୂଳଠାରୁ ଅଳ୍ପ ଦୂରରେ ଦୁର୍ଘଟଣାର ଶିକାର ହୋଇଥିବା ମାଲବାହୀ ଜାହାଜ ‘ଆୟରନଟନ’ର ଅବଶେଷର ସନ୍ଧାନ ମିଳିଛି। ଏହି ଦୁର୍ଘଟଣାରେ ଚାଳକ ଦଳର କେବଳ ଦୁଇଜଣ ସଦସ୍ୟ ହିଁ ଜୀବିତ ରହିଥିଲେ। ଯେଉଁ ଜାଗାରେ ଏହି ଜାହାଜ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା, ସେହି ସ୍ଥାନରେ ଦୀର୍ଘ ସମୟରୁ ଏହାକୁ ଖୋଜା ଚାଲିଥିଲା, କିନ୍ତୁ କେବଳ ନିରାଶ ହିଁ ହେବାକୁ ପଡ଼ୁଥିଲା। ଏବେ ପାଖାପାଖି ୧୨୯ ବର୍ଷ ପରେ ଜାହାଜର ଅବଶେଷକୁ ଖୋଜି ବାହାର କରାଯାଇଛି।

‘ଆୟରନଟନ’ ଜାହାଜ ଦୁର୍ଘଟଣାଗ୍ରସ୍ତ ହେବାକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଥିଲା, ଯାହା ଉପରେ ବର୍ତ୍ତମାନ ବିରାମ ଲାଗିଛି। ମିଳିଥିବା ସୂଚନା ମୁତାବକ, ଐତିହାସିକ ଏବଂ ପ୍ରତ୍ନତତ୍ତ୍ୱବିତ୍‌ଙ୍କ ଏକ ଟିମ୍ ୨୦୧୯ ମସିହାରେ ଜାହାଜର ଧ୍ୱଂସାବଶେଷର ସନ୍ଧାନ କରି ନେଇଥିଲା, ଯାହା ପରେ ଧ୍ୱଂସାବଶେଷକୁ ସ୍କାନ୍ ଏବଂ ଏହାର ରେକର୍ଡ କରିବା ପାଇଁ ରିମୋଟ କ୍ୟାମେରା ବ୍ୟବହାର କରାଯାଇଥିଲା।

ଜାହାଜର ଧ୍ୱଂସାବଶେଷ ଚିହ୍ନଟ କରିଥିବା ସଂସ୍ଥା ଆସନ୍ତା କିଛି ମାସ ମଧ୍ୟରେ ଦୁର୍ଘଟଣା ଘଟିଥିବା ଜାଗାକୁ ନେଇ ଖୁଲାସା କରିବା ଉପରେ ବିଚାର କରୁଛି। ଅଫିସିଆଲି ଭାବେ ଦୁର୍ଘଟଣା ସ୍ଥାନକୁ ଗୁପ୍ତ ରଖାଯାଇଥିଲା, ଯେପରି ଏହାକୁ ଡାଇଭରମାନଙ୍କଠାରୁ ଦୂରେଇ ରଖାଯାଇପାରିବ ଏବଂ ଏହାର ଡକ୍ୟୁମେଣ୍ଟ୍ ଠିକ୍ ଭାବରେ କରାଯାଇପାରିବ। ବିଶେଷଜ୍ଞମାନଙ୍କ ଦ୍ୱାରା ଜାରି ଏକ ଭିଡିଓରେ ମାଲବାହୀ ଜାହାଜ ‘ଆୟରନଟନ’କୁ ହ୍ରଦର ତଳ ଭାଗରେ ସ୍ପଷ୍ଟ ଭାବରେ ଦେଖାଯାଇ ପାରୁଛି। ତେବେ ଜାହାଜରେ କୌଣସି ବି ମାନବ ଅବଶେଷ ଦେଖିବାକୁ ମିଳି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.