Below header

ଜୀବନ ରକ୍ଷାକାରୀ ଔଷଧ ନୁହେଁ ରେମଡେସିଭର,ସ୍ପଷ୍ଟ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

କେନ୍ୟୁଜ୍ (ବ୍ୟୁରୋ): ରକ୍ଷାକାରୀ ଔଷଧ ନୁହେଁ ରେମଡେସିଭର । ସ୍ପଷ୍ଟ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଦେଶରେ କରୋନା ସଂକ୍ରମଣ ବଢ଼ିବା ପରେ ଦେଶରେ ରେମଡେସିଭର ସଂକଟ ପଡ଼ିଛି । ଏହାର ଉତ୍ପାଦନ ବଢ଼ାଇବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ରେମଡେସିଭର ପାଇଁ ଲୋକେ ଦୋକାନରେ ଧାଡ଼ି ଲଗାଉଥିଲେ । ଏହାର କଳାବଜାରୀ ମଧ୍ୟ ବଢ଼ିଥିଲା । ଏପରିକି ମହାରାଷ୍ଟ୍ରରେ ଲୋକେ ଆନ୍ଦୋଳନ ବି କରିଛନ୍ତି । କିନ୍ତୁ ରେମଡେସିଭର ଜୀବନରକ୍ଷାକାରୀ ଔଷଧ ନୁହେଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ।

ଅକ୍ସିଜେନ୍‌ ସପୋର୍ଟରେ ଥିବା ମଧ୍ୟମ କୋଭିଡ ରୋଗୀଙ୍କ ପାଇଁ ରେମଡେସିଭର ଇଂଜେକ୍ସନ୍‌ର ଜରୁରୀ ଅନୁମତି ରହିଛି । ଏପରିକି ମୃତ୍ୟୁ ହାର କମାଇବାରେ ମଧ୍ୟ ସକ୍ଷମ ନୁହେଁ । ରେମଡେସିଭରକୁ ମ୍ୟାଜିକ୍‌ ବୁଲେଟ୍‌ ନୁହେଁ ବୋଲି ଆଜି କହିଥିଲେ ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.