ଫିଲ୍ମରେ ଅଭିନୟ ପାଇଁ ପ୍ରଯୋଜକ ଖରାପ କାମ କରିବାକୁ କହୁଛନ୍ତି, ଅଭିଯୋଗ କଲେ ନବାଗତା ନାୟିକା

କେନ୍ୟୁଜ୍(ବ୍ୟୁରୋ): ଓଲିଉଡରେ ପୁଣି କାଷ୍ଟିଂକାଉଚ ଅଭିଯୋଗ। ଓଲିଉଡର ଜଣେ ବରିଷ୍ଠ ପ୍ରଯୋଜକ ନାଁରେ ଅଭିଯୋଗ ଆସିଛି। ପ୍ରଥମେ ଝିଅ ମାନଙ୍କୁ ଫେସବୁକରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଅଶ୍ଳୀଳ ମେସେଜ ପଠାଉଛନ୍ତି। ଫିଲ୍ମରେ ଅଭିନୟ କରିବ ଯଦି ମୋତେ ଫୋଟୋ ସେଣ୍ଡ କର ମୁଁ ପ୍ରଥମେ ଦେଖିବି ତାପରେ ମୋ ସହ କମ୍ପିରମାଇସ କରିବାକୁ ହେବ ବୋଲି କହୁଥିବା ଅଭିଯୋଗ ହୋଇଛି।
ପ୍ରଯୋଜକ ଜଣକ କୁଆଡ଼େ କୁହନ୍ତି ମୋତେ ଖୁସି କରିଲେ ମୁଁ ତୁମକୁ ଫିଲ୍ମରେ ସୁଯୋଗ ଦେବି । ଏ ଭଳି ଜଣେ ଝିଅ ନୁହଁ ବହୁତ ଝିଅଙ୍କୁ ଅଶ୍ଳୀଳ ମେସେଜ ପଠାଇଛନ୍ତି । ବହୁତ ଝିଅ ନିଜ ପରିବାରର ସମ୍ମାନକୁ ନେଇ ଚୁପ ରହୁଛନ୍ତି କେହି ମୁଡଁ ଖୋଲି ସାମ୍ନାକୁ ଆସୁନାହାନ୍ତି। ଯାହା ଫଳରେ ଏସବୁ ବାହାରକୁ ଆସିପାରୁନି ବୋଲି ଜଣେ ନବାଗତା ନାୟିକା ଅଭିଯୋଗ କରିଛନ୍ତି।