Below header

କାର୍‌ ନଷ୍ଟ ହେଲେ ୠଷଭ ବଞ୍ଚିଗଲେ, ଜାଣନ୍ତୁ ତାଙ୍କ କାରରେ ଥିବା ଫିଚର ବାବଦରେ ଅଧିକ କିଛି

କେନ୍ୟୁଜ୍‌(ବ୍ୟୁରୋ): ଦୁର୍ଘଟଣାଟି ଥିଲା ଅତି ଭୟଙ୍କର । କାର ଦୁର୍ଘଟଣା ପରେ ବି ସୁରକ୍ଷିତ ଅଛନ୍ତି ଭାରତୀୟ ଓ୍ଵିକେଟ୍‌ କିପର/ବ୍ୟାଟର ୠଷଭ ପନ୍ତ । କିପରି ନିଜକୁ ସୁରକ୍ଷିତ ରଖିପାରିଲେ ସେ ? ତାଙ୍କ କାରରେ ଏମିତି କଣ ଥିଲା ଯେ ଏତେ ବଡ଼ ଦୁର୍ଘଟଣା ପରେ ସେ କେବଳ ଅଳ୍ପ ଆହତ ହେଲେ ?  ଏହି କାର୍‌ରେ କିଛି ଏମିତି ଫିଚର ରହିଛି ଯାହା ତାଙ୍କୁ ସୁରକ୍ଷିତ ରଖି ପାରିଲା । ଆମେ ଆଜି ଆପଣଙ୍କୁ ୠଷଭ ପନ୍ତଙ୍କ କାରର ସୁରକ୍ଷା ଫିଚର ବାବଦରେ କହିବାକୁ ଯାଉଛୁ ।

ୠଷଭ ପନ୍ତ Mercedes GLE ଚଳାଉଥିଲେ । ସାଧାରଣତଃ ବିଳାସପୂର୍ଣ୍ଣ କାର ମାନଙ୍କରେ ଏୟାର ବ୍ୟାଗ, କଲିଜନ ଏଭୋଏଡେନସ ଓ୍ଵାର୍ଣ୍ଣିଙ୍ଗ, ଆଡାପ୍ଟିଭ କ୍ରୁଜ କଣ୍ଟ୍ରୋଲ, ବ୍ରେକ ଆସିଷ୍ଟ ଭଳି ସୁବିଧା ରହିଛି । ୠଷଭ ଚଳାଉଥିବା କାରରେ ମଲ୍ଟିବିମ୍ ଏଲଇଡି, ଆଡାପ୍ଟିଭ ହାଇବିମ୍ ଆସିଷ୍ଟ ପ୍ଲସ, ୩୬୦ ଡିଗ୍ରୀ କ୍ୟାମେରା ପାର୍କିଙ୍ଗ ପ୍ୟାକେଜ, ବ୍ଲାଇଣ୍ଡ ସ୍ପଟ ଆସିଷ୍ଟ, ଏକ୍ଟିଭ ବ୍ରେକ ଆସିଷ୍ଟ, ଏମରଜେନସି ସ୍ପେୟର ହୁଇଲ, ଟାୟାର ପ୍ରେସର ମନିଟରିଙ୍ଗ ସିଷ୍ଟମ ଭଳି ସୁବିଧା ରହିଛି । ଆଗକୁ ଆପଣଙ୍କୁ ଆମେ ଏହି ଗାଡ଼ିରେ ମିଳୁଥିବା ଆଉକିଛି ଫିଚର ବାବଦରେ କହିବାକୁ ଯାଉଛୁ ।

ଡ୍ରାଇଭିଙ୍ଗ ଆସିଷ୍ଟେନ୍ସ : ବିଳାସପୂର୍ଣ୍ଣ କାର ବ୍ରାଣ୍ଡ ଗ୍ରାହକଙ୍କ ସୁବିଧା ପାଇଁ ଡ୍ରାଇଭିଙ୍ଗ ଆସିଷ୍ଟେନ୍ସ ପ୍ୟାକେଜ ଦେଇଥାନ୍ତି । ଏହି ପ୍ୟାକେଜରେ ଏକ୍ଟିଭ ବ୍ଲାଇଣ୍ଡ ସ୍ପଟ ଆସିଷ୍ଟ, ଏକ୍ଟିଭ ବ୍ରେକିଙ୍ଗ ଆସିଷ୍ଟ, ଏକ୍ଟିଭ ଏମରଜେନ୍ସି ଷ୍ଟପ ଆସିଷ୍ଟ, ଏକ୍ଟିଭ ଷ୍ଟିୟରିଙ୍ଗ ଓ ସ୍ପିଡ୍ ଆଡଜଷ୍ଟମେଣ୍ଟ ଭଳି ଫିଚର ରହିଛି । ଯାହା ଗାଡ଼ିକୁ ଦୁର୍ଘଟଣା ସମୟରେ ବହୁ ମାତ୍ରାରେ ରକ୍ଷା କରି ପାରିବ । ଏହା ସହ ଗାଡ଼ିରେ ବସିଥିବା ଲୋକଙ୍କର ଏହିସବୁ ଫିଚର ପାଇଁ ବିଶେଷ କିଛି କ୍ଷତି ଘଟି ନଥାଏ ।

୩୬୦ ଡିଗ୍ରୀ କ୍ୟାମେରା ପାର୍କିଙ୍ଗ ପ୍ୟାକେଜ ସୁବିଧା ରହିଥିବାରୁ ଏହା ପାର୍କିଙ୍ଗ ସମୟରେ ଧକ୍କା ହେବାର ଖୁବ କମ ସମ୍ଭାବନା ଥାଏ । ଏଥିରେ ୩୬୦ ଡିଗ୍ରୀ ୟୁ କ୍ୟାମେରା ରହିଥାଏ । ଏହି କ୍ୟାମେରା ସ୍ୱଚ୍ଛ ଭିଉ ସହ ପାର୍କିଙ୍ଗ ସ୍ଥାନକୁ ଦେଖାଇ ଥାଏ ।

ଆକ୍ଟିଭ ଡିସଷ୍ଟାନ୍ସ ଆସିଷ୍ଟାଣ୍ଟ : ଦ୍ରୁତ ଓ ଧିର ଟ୍ରାଫିକରେ ଆକ୍ଟିଭ ଡିସଷ୍ଟାନ୍ସ ଆସିଷ୍ଟାଣ୍ଟ ବହୁତ ଭଲ ଭାବରେ କାମ କରିଥାଏ । ଏହି ଫିଚର ଫଳରେ ଆଗରେ ଯାଉଥିବା ଗାଡ଼ିରୁ ଦୂରତା ବଜାୟ ରଖି ଗାଡ଼ିଟି ଆଗକୁ ବଢିଥାଏ । ଏହି ହିସାବରେ ରାସ୍ତାର ଅବସ୍ଥାକୁ ନେଇ ଗାଡ଼ିର ବେଗକୁ ନିୟନ୍ତ୍ରଣ କରିଥାଏ । ଟ୍ରିଫିକ ସମୟରେ ଏହି ଫିଚର ବହୁତ ଭଲ ଭାବେ କାମ କରିଥାଏ ।

ଆକ୍ଟିଭ ଲେନ କିପିଙ୍ଗ ଆସିଷ୍ଟ : ଲେନ ଡ୍ରାଇଭିଙ୍ଗରେ ଏହି ଫିଚର ଭଲ କାମ କରିଥାଏ । ଫଳରେ ଗାଡ଼ିଟି ନିଜ ଲେନରେ ହିଁ ଯାଇଥାଏ । ଯଦି ଆପଣ ଭୁଲ ଲେନରେ ଯାଉଛନ୍ତି ଷ୍ଟିୟରିଙ୍ଗ ଭାଇବ୍ରେସନ ଜିରିଆରେ ଡ୍ରାଇଭରକୁ ଆଲର୍ଟ କରିଦେଇଥାଏ ଏହି ଫିଚର ।

ପ୍ରେସର ମନିଟରିଙ୍ଗ ସିଷ୍ଟମ : କାର କେତେ ବେଗରେ ଦଉଡ଼ି ପାରିବ ଏହା ଟାୟାର ଉପରେ ନିର୍ଭର କରିଥାଏ । ଏଥିପାଇଁ ଟାୟାରରେ ପ୍ରେସର ସଠିକ ରହିବା ଜରୁରୀ ଅଟେ । ଏହି ଫିଚର ଟାୟାରରେ ପ୍ରେସର କମ ରହିଲେ ଓ୍ଵାର୍ଣ୍ଣିଙ୍ଗ ଜାରି କରିବ । ଯାହା ଫଳରେ ଆପଣ ଠିକ ସମୟରେ ଟାୟାରରେ ପ୍ରେସର ଭରି ପାରିବେ । ଯାହା ଫଳରେ ଆପଣ ସୁରକ୍ଷିତ ଭାବେ ଯାତ୍ରା କରି ପାରନ୍ତି ।

ଆପଣ ଏଠି ୠଷଭଙ୍କ କାରରେ ରହିଥିବା ଫିଚର ବାବଦରେ ଜାଣିଲେ । ଯେଉଁଥି ପାଇଁ ସେ ବଡ଼ ଧରଣର ଗୁରୁତର ଆହତ ହେବାରୁ ବଞ୍ଚିଗଲେ । ତେଣୁ କହି ହେବ କି ୠଷଭ ପନ୍ତ ଈଶ୍ୱରଙ୍କ ଦୟାରୁ ଆଉ ତାଙ୍କ କାରରେ ଥିବା ସୁରକ୍ଷା ବ୍ୟବସ୍ଥା ଯୋଗୁଁ ହିଁ ବଡ଼ ବିପତ୍ତିରୁ ବର୍ତ୍ତି ଯାଇଛନ୍ତି । ହେଲେ କାର୍‌ଟି ଜଳିଗଲା କାହିଁକି ତାର ମଧ୍ୟ ଯାଞ୍ଚ ହେବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.