Below header

ୟୁକ୍ରେନର ସହର ଉପରେ କେମିକାଲ୍‌ ଆଟାକ୍‌ କରି ପାରେ ରୁଷ; ଚେତେଇଲା ଆମେରିକା!

ଗତ ଦୁଇ ସପ୍ତାହ ହେଲାଣି ୟୁକ୍ରେନ ଉପରେ ଲଗାତାର ଆକ୍ରମଣ କରି ଚାଲିଛି ରୁଷ। ଏହାରି ଭିତରେ ଆମେରିକା ଚେତାବନୀ ଦେଇଛି କି, ରୁଷ, ୟୁକ୍ରେନ ଉପରେ କେମିକାଲ୍‌ ଆଟାକ୍‌ କରିପାରେ। ହ୍ଵାଇଟ୍‌ ହାଉସ୍‌ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି ଯେ ରୁଷ, ୟୁକ୍ରେନ ଉପରେ ବାୟୋଲୋଜିକାଲ୍‌ କିମ୍ବା କେମିକାଲ୍‌ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ଆମକୁ ଏହା ଉପରେ ତୀକ୍ଷ୍ଣ ନଜର ରଖିବାକୁ ହେବ। ହ୍ଵାଇଟ୍‌ ହାଉସ୍‌ର ବାର୍ତ୍ତା ସଚିବ ଜେନ୍‌ ସାକି କହିଛନ୍ତି, ଏହାକୁ ନେଇ ଚିନ୍ତିତ ହେବାର ଆମ ପାଖରେ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି। ସମ୍ଭାବନା ଅଛି, ରୁଷ ମିଥ୍ୟା କାରଣକୁ ଆଧାର କରି କେମିକାଲ୍‌ ଆଟାକ୍‌ କରିପାରେ। ଏମିତି ସେ ପୂର୍ବରୁ କରି ଆସିଛି।

ରୁଷ ଶତ୍ରୁଙ୍କ ବିରୋଧରେ କେମିକାଲ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥାଏ ଏବଂ ଏହା ସତ ଯେ ରୁଷ ପୁତିନଙ୍କ ରାଜନୈତିକ ଶତ୍ରୁ ଏଲେକ୍ସି ନଭାଲିନୀଙ୍କ ଉପରେ ଏଭଳି ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିଥିଲା। ରୁଷ ସିରିଆରେ ଅସଦକୁ ସମର୍ଥନ କରିଥିଲା, ଯିଏ ଅନେକ ବାର କେମିକାଲ୍‌ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥିଲା। ରୁଷ ହିଁ ଅନ୍ତଃରାଷ୍ଟ୍ରୀୟ ନିୟମକୁ ଉଲ୍ଲଂଘନ କରି ବାୟୋଲୋଜିକାଲ୍‌ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମକୁ ଜାରି ରଖିଛି। ରୁଷର ଏହି ଟ୍ରାକ୍‌ ରେକର୍ଡ ବି ରହିଛି, ସେ ପଶ୍ଚିମ ଦେଶଗୁଡ଼ିକ ଉପରେ ଅଭିଯୋଗ ଲଗାଇଛି ଯେ ସେମାନେ ନିୟମ ଉଲ୍ଲଂଘନ କରୁଛନ୍ତି। ଯେତେବେଳେ କି, ସେ ନିଜେ ହିଁ ଏମିତି କରି ଚାଲିଛି।

ଆମେରିକା ଉପରେ ରୁଷ ଲଗାଇଥିଲା ମିଥ୍ୟା ଅଭିଯୋଗ

ଡିସେମ୍ବରରେ ରୁଷ, ଆମେରିକା ଉପରେ ମିଥ୍ୟା ଅଭିଯୋଗ ଲଗାଇଥିଲା। ରୁଷ କହିଥିଲା ଯେ ଆମେରିକା ୟୁକ୍ରେନରେ କେମିକାଲ୍‌ ଅସ୍ତ୍ରଶସ୍ତ୍ର ପାଇଁ କଣ୍ଟ୍ରାକ୍ଟର ନିଯୁକ୍ତ କରୁଛି। ତେବେ ବର୍ତ୍ତମାନ ୟୁକ୍ରେନ ଉପରେ ରୁଷର ଆକ୍ରମଣ ହେଉଛି ଏକ ଉଦ୍ଦେଶ୍ୟମୂଳକ ଷଡ଼ଯନ୍ତ୍ର, ବିନା କିଛି କ୍ରୋଧୋଦ୍ଦୀପନାରେ ୟୁକ୍ରେନ ଉପରେ ଆକ୍ରମଣ କରାଯାଇଛି, ଯାହାକୁ ଠିକ୍‌ ବୋଲି କୁହାଯାଇ ପାରିବ ନାହିଁ। ତେଣୁ ଏବେ ଯେତେବେଳେ ରୁଷ ଏହି ପ୍ରକାର ମିଥ୍ୟା ଦାବି କରିଛି ଏବଂ ଚୀନ ଏହି ଦାବିକୁ ସମର୍ଥନ କରିଛି, ଆମକୁ ରୁଷ ଉପରେ ନଜର ରଖିବାକୁ ହେବ ବୋଲି ହ୍ଵାଇଟ୍‌ ହାଉସ୍‌ର ବାର୍ତ୍ତା ସଚିବ ଜେନ୍‌ ସାକି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.