ନିଖୋଜ ଛାତ୍ରଙ୍କ ମୃତଦେହ ନୂଆପଡାରୁ ମିଳିବା ଘଟଣା: ପିପିଲି ଟୋଲ ଗେଟ୍ ନିକଟରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ

ପିପିଲି(କେନ୍ଯୁଜ୍): ଭୁବନେଶ୍ୱର ୩୧୬ ଜାତୀୟ ରାଜପଥ ପିପିଲି ଟୋଲ ଗେଟ ନିକଟ ଜୈଇଷ ପାଟଣା ଠାରେ ରାସ୍ତା ରୋକ। ଜଣେ ଛାତ୍ରଙ୍କ ମୃତଦେହ ରଖି ନ୍ୟାୟ ଦାବିରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି। ଯାହା ଫଳରେ ଉଭୟ ପାର୍ଶ୍ଵରେ ଅଟକିଛି ଶହ ଶହ ଗାଡି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପିପିଲି SDPO ଓ IIC  ସ୍ଥାନୀୟ ଲୋକଙ୍କୁ ରାସ୍ତା ଅବରୋଧ ହଟାଇବା ପାଇଁ ବୁଝାସୁଝା କରୁଛନ୍ତି।

ଗୋବିନ୍ଦପୁର ଗ୍ରାମର ସୌମ୍ୟରଞ୍ଜନ ଜେନା। ଯିଏକି ୧୦ମ ଶ୍ରେଣୀରେ ପାଠ ପଢୁଥିଲେ। ଗତ ୪ ଦିନ ସୌମ୍ୟ ରଞ୍ଜନ ସନ୍ଧ୍ୟାରେ ଟିଉସନ୍ ଯାଇ ଆଉ ଘରକୁ ଫେରି ନଥିଲେ। ଦୁଇଦିନ ପରେ ଖରିଆ ରୋଡ ଷ୍ଟେସନ ରେଳଧାରଣାରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ଗତକାଲି ସୌମ୍ୟଙ୍କ ମୃତଦେହକୁ ବ୍ୟବଚ୍ଛେଦ କରି ତାଙ୍କ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ତେବେ ଆଜି ସକାଳୁ ତାଙ୍କ ପରିବାର ଏବଂ ଗାଁ ଲୋକ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି।