ଏହି ଯୁଦ୍ଧରେ ୨୧ ଦିନ ଭିତରେ ଶହେରୁ ଅଧିକ ଶିଶୁଙ୍କ ମୃତ୍ୟୁ ହେଲାଣି

୧-ୟୁକ୍ରେନ୍‌ ଏବେ ନାଟୋରେ ଯୋଗ ଦେବାର ପ୍ରଶ୍ନ ଉଠୁ ନାହିଁ ବୋଲି କହିଲେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ ।
୨-ରୁଷିଆ ବୈଦେଶିକ ମନ୍ତ୍ରୀ ସର୍ଗି ଲାଭରୋଭ କହିଲେ, ଏବେବି ୟୁକ୍ରେନ୍‌ ସହ ବୁଝାମଣା କରିବାର ସୁଯୋଗ ରହିଛି ।
୩-ଏହି ୨୧ ଦିନ ଯୁଦ୍ଧରେ ଶହେରୁ ଅଧିକ ପିଲାଙ୍କର ମୃତ୍ୟୁ ହୋଇଥିବା ୟୁକ୍ରେନ୍‌ ତରଫରୁ ସୂଚନା ।
୪-ଏହି ଯୁଦ୍ଧରେ ରୁଷ୍‌ର ୧୩ ହଜାର ୮୦୦ ସୈନ୍ୟ ପ୍ରାଣ ହରାଇଛି ବୋଲି ୟୁକ୍ରେନ୍‌ ଦାବି କରିଛି ।
୫-ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ଏବେବି ରୁଷିଆର ଆକ୍ରମଣ ଜାରି ରହିଛି ।

୬-ଆମେରିକା ସିନେଟ୍‌ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ବିପକ୍ଷରେ ନିନ୍ଦା ପ୍ରସ୍ତାବ ଗୃହୀତ।
୭-ୟୁକ୍ରେନ୍‌ ଯୁଦ୍ଧ ରୁଷିଆର ପତନର କାରଣ ହେବ ବୋଲି କହିଲେ ଜେଲ୍‌ରେ ଥିବା ରୁଷିଆର ବିରୋଧୀ ଦଳ ନେତା ଆଲେକ୍ସି ନାଭାଲନି ।
୮-ପ୍ରତି ମିନିଟ୍‌ରେ ୫୫ ଜଣ ୟୁକ୍ରେନ୍‌ ପିଲା ଶରଣାର୍ଥୀ ପାଲଟି ଯାଉଛନ୍ତି । ଏକଥା କହିଲା ୟୁନିସେଫ ।
୯-ଆଜି ବ୍ରସେଲ୍‌ସ ଠାରେ ନାଟୋ ସେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ବସିବ ।
୧୦-ଆମେରିକା କହିଲା, ରୁଷିଆ ସହ ଭାରତର ତୈଳ ଚୁକ୍ତି କଟକଣା ବିରୋଧରେ ଯାଉ ନାହିଁ ହେଲେ ରୁଷ୍‌ କାର୍ଯ୍ୟାନୁଷ୍ଠାନରେ ଏହାର ନିରବତା ଇତିହାସରେ ରହିଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.