Below header

‘ଦରମା କମ୍‌ ଘର ନେଇପାରୁନି’, ଏମିତି କହି ବେଡିଂ ବସ୍ତାନୀ ଧରି ଅଫିସ ସିଫ୍ଟ ହୋଇଗଲେ କର୍ମଚାରୀ

କମ୍‌ ଦରମାକୁ ବିରୋଧ କରି ଜଣେ ବ୍ୟକ୍ତି ଏକ ନିଆରା ଉପାୟ ଆପଣାଇଛନ୍ତି। ବ୍ୟକ୍ତି ଜଣକ ନିଜ ବେଡିଂ ବସ୍ତାନୀ ଧରି ଅଫିସ ସିଫ୍ଟ ହୋଇଯାଇଛନ୍ତି। ସେ କହିଛନ୍ତି, ତାଙ୍କ ଦରମା ଏତେ କମ୍‌ ଯେ ସେ ଭଡ଼ାରେ ଘର ନେଇପାରିବେନି। ଏଣୁ ସେ ଅଫିସକୁ ହିଁ ସବୁ ଜିନିଷ ନେଇ ଚାଲି ଆସିଛନ୍ତି। ସେ ଅଫିସରେ ନିଜ ଡେସ୍କ ତଳେ ସ୍ଲିପିଂ ବ୍ୟାଗ୍‌ରେ ଶୋଉଛନ୍ତି।

ଏମିତି ଘଟଣା ଦେଖିବାକୁ ମିଳିଛି ଆମେରିକାରେ। ଏଠାରେ ଟିକ୍‌ଟକ୍‌ରେ ସିମୋନ୍‌ ନାମକ ଜଣେ ଯୁବକ ଏକ ଭିଡିଓ ଅପଲୋଡ୍‌ କରି ଏହି ଘଟଣା ବାବଦରେ କହିଛନ୍ତି। ଭିଡିଓରେ ସିମୋନ୍‌ ନିଜ ଜରୁରୀ ଜିନିଷ ଓ ଗଦି ବିଛଣା ନେଇ ଅଫିସ୍‌ ଡେସ୍କକୁ ସିଫ୍ଟ ହୋଇଥିବା ଦେଖାଯାଇଛି।

Office

ତାଙ୍କ କହିବାନୁସାରେ, ଅଫିସ ଯେତିକି ଦରମା ଦେଉଛି ସେତିକି ତାଙ୍କୁ ଅଣ୍ଟୁନି। ଏଣୁ ସେ ଘର ଭଡ଼ା ନେଇପାରୁନାହାନ୍ତି। ତେଣୁ ସେ ଅଫିସକୁ ସବୁ ଜିନିଷ ପତ୍ର ଆଣି ଏଠାରେ ହିଁ ରହୁଛନ୍ତି। ତାଙ୍କର ଅଧିକାଂଶ ସହକର୍ମୀ ଘରୁ ହିଁ କାମ କରୁଛନ୍ତି। ଅଫିସ ଖାଲି ରହୁଛି। ଏଣୁ ତାଙ୍କୁ ରହିବାକୁ ପର୍ଯ୍ୟାପ୍ତ ଘର ବି ମିଳିଯାଉଛି।

Office2

ସିମୋନ୍‌ ଅଫିସ୍‌ରେ ନିଜ କ୍ୟାବିନ୍‌ରେ ଡ୍ରେସ୍‌, ବ୍ୟାଗ୍‌, ସ୍ଲିପିଂ ବ୍ୟାଗ୍‌ ଆଦି ରଖି ତାହାକୁ ଏକ ଘର ବନାଇ ଦେଇଛନ୍ତି। ସେ ଗାଧୁଆ ପାଧୁଆ ପାଇଁ ଅଫିସ୍‌ ବାଥ୍‌ରୁମ୍‌ ବ୍ୟବହାର କରୁଛନ୍ତି ଓ ଅଫିସ୍‌ ଫ୍ରିଜ୍‌ରେ ହିଁ ନିଜ ଖାଇବା ପିଇବା ସାମଗ୍ରୀ ରଖୁଛନ୍ତି। ତେବେ ୩-୪ ଦିନ ପରେ ସିମୋନ୍‌ଙ୍କୁ ଅଫିସ୍‌ ପକ୍ଷରୁ ଏମିତି ନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିସହ ଏଚ୍‌ଆର ତାଙ୍କୁ ସୋସିଆଲ ମିଡିଆରୁ ଅଫିସରେ ରହୁଥିବା ଭିଡିଓ ଡିଲିଟ୍‌ କରିବାକୁ ବି କହିଛନ୍ତି। ଟିକ୍‌ଟକ୍‌ରେ ସିମୋନ୍‌ଙ୍କର ଏହି ଭିଡିଓକୁ ପାଖାପାଖି ୧୨ ମିଲିୟନ୍‌ ଥର ଦେଖାଯାଇଛି।

Also Read: ଆଖିରେ ଆଖିଏ ନିଦ ତଥାପି ଓଠରେ ହସ, ଭିକ୍କିଙ୍କ ସହ ରୋମାଣ୍ଟିକ୍‌ ଫଟୋ ସେୟାର କଲେ କ୍ୟାଟ୍ରିନା କୈଫ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.