Below header

କରୋନା ଲକ୍ଷଣ ଯୋଗୁଁ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ମୁଖପାତ୍ର ତଥା ଓଡ଼ିଆ ନେତା ସମ୍ବିତ ପାତ୍ର ଡାକ୍ତରଖାନାରେ ଭର୍ତ୍ତି । ତାଙ୍କ ଠାରେ କୋଭିଡ୍‌-୧୯ ଲକ୍ଷଣ ରହିଥିବା ଜଣାପଡ଼ିବା ପରେ ତାଙ୍କୁ ଗୁରଗାଓଁ ସ୍ଥିତ ମେଦାନ୍ତ ହସପିଟାଲରେ ଚିକିତ୍ସା କରାଯାଉଛି ।
ଏହି ଓଡ଼ିଆ ନେତା ନିଜର ଚମତ୍କାର କଥନ ଶୈଳୀ ପାଇଁ ବେଶ୍ ଲୋକପ୍ରିୟ । ବିଭିନ୍ନ ଟେଲିଭିଜନ୍ ଚ୍ୟାନେଲରେ ତାଙ୍କର ପ୍ରତିକ୍ରିୟା ଏବଂ ବିରୋଧୀଙ୍କୁ ଜବାବ ଦେବାର ଭଙ୍ଗୀ ସମସ୍ତଙ୍କୁ ଆକର୍ଷିତ କରିଛି । ଶ୍ରୀ ପାତ୍ର ଗତ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.