ତଲାକ ପାଇଥିବା ମହିଳାଙ୍କ ଉପରେ ଆସିଥିଲା ଏହି ୫ କ୍ରିକେଟରଙ୍କ ଦିଲ୍‌ , ଦୁନିଆକୁ ଖାତିର ନକରି କଲେ ବିବାହ

ଭାରତୀୟ କ୍ରିକେଟ୍‌ ଟିମ୍‌ରେ ଏମିତି ବି ଖେଳାଳୀ ଅଛନ୍ତି ଯେଉଁମାନଙ୍କ ଦିଲ୍‌ ପ୍ରଥମରୁ ହିଁ ବିବାହିତ ମହିଳାଙ୍କ ପାଇଁ ଫିଦା ହୋଇଛି । ଏହି ବିବାହିତ ମହିଳାଙ୍କ ମଧ୍ୟରୁ କେତେକଙ୍କ ତଲାକ ହୋଇଥିବା ବେଳେ ଆଉ କେତେକ ଏବେ ବି ବିବାହ ବନ୍ଧନରେ ଅଛନ୍ତି । ତେବେ ଯେତେବେଳେ ଏମାନଙ୍କୁ ପ୍ରେମ ହେଲା ଦୁନିଆର ସବୁ ବାଧା ବନ୍ଧନକୁ ପରବାୟ ନକରି ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ଆସନ୍ତୁ ଜାଣିବା କେଉଁ କେଉଁ ଭାରତୀୟ କ୍ରିକେଟର ଯେଉଁମାନେ ବିବାହିତ ମହିଳାଙ୍କୁ ତାଙ୍କର ଜୀବନ ସଙ୍ଗୀନ ବନାଇଛନ୍ତି ।

ଶିଖର ଧବନ : ଟିମ୍‌ ଇଣ୍ଡିଆର ଦ୍ରୁତତମ ବୋଲର ଶିଖର ଧବନ ଅଷ୍ଟ୍ରେଲିଆ ବକ୍ସର ଆୟଶାଙ୍କୁ ବିବାହ କରିଛନ୍ତି । ଆୟଶା ତଲାକ ହୋଇଛନ୍ତି । ପ୍ରଥମ ବିବାହର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଶେଖର ଓ ଆୟଶାଙ୍କ ବୟସରେ ୧୦ ବର୍ଷ ର ପାର୍ଥକ୍ୟ ରହିଛି ।

cricket shikhar-dhawan
ଅନିଲ୍‌ କୁମ୍ବଲେ : ଦୁନିଆର ଶ୍ରେଷ୍ଠ ସ୍ପିନର ଅନିଲ୍‌ କୁମ୍ବଲେ ୧୯୯୯ରେ ଚେତନାଙ୍କୁ ବିବାହ କରିଛନ୍ତି । ଚେତନା ତଲାକ ପାଇଥିଲେ । ତାଙ୍କର ପ୍ରଥମ ସ୍ୱାମୀଙ୍କର ଏକ ଝିଅ ମଧ୍ୟ ଅଛନ୍ତି ।

cricket -anil
ମୂରଲୀ ବିଜୟ : ମୂରଲୀ ବିଜୟଙ୍କ ଦିଲ୍‌ ନିଜର ସାଥି କ୍ରିକେଟର ଦିନେଶ କାର୍ତ୍ତିକଙ୍କ ପତ୍ନୀ ନିକିତାଙ୍କ ଉପରେ ଆସି ଯାଇଥିଲା । କୁହାଯାଏ କାର୍ତ୍ତିକଙ୍କ ସହ ବିବାହ ବନ୍ଧନରେ ଥାଇ ମଧ୍ୟ ନିକିତାଙ୍କର ମୂରଲୀ ବିଜୟଙ୍କ ସହ ଆଫେୟାରସ୍‌ ଚାଲିଥିଲା । ମୂରଲୀ ବିଜୟ ନିକିତାଙ୍କୁ ବିବାହ କରିବା ବେଳକୁ ଦିନେଶଙ୍କ ସହ ନିକିତାଙ୍କ ତଲାକ ହୋଇ ସାରିଥିଲା ।

 

cricket murli
ମହମ୍ମଦ ଶାମୀ : ଶାମୀ ୨୦୧୪ ମସିହାରେ ହସୀନ୍‌ ଯହାଁଙ୍କୁ ନିକ୍‌ହା କରିଥିଲେ । ହସୀନା ତଲାକ ପାଇଥିଲେ । ତାଙ୍କର ଏକ ଝିଅ ମଧ୍ୟ ଅଛନ୍ତି । ଏବେ ହସୀନା ଯହାଁଙ୍କୁ ମଧ୍ୟ ଶାମୀ ତଲାକ କରିଦେଇଛନ୍ତି ।

 


ଭେଙ୍କେଟେଶ ପ୍ରସାଦ : ଭାରତର ପୂର୍ବତନ ଦ୍ରୁତତମ ବୋଲର ଭେଙ୍କେଟେଶ ୧୯୯୬ରେ ଜୟନ୍ତୀଙ୍କୁ ବିବାହ କରିଥିଲେ । ଜୟନ୍ତୀଙ୍କ ସହ ପ୍ରଶାଦଙ୍କୁ ତାଙ୍କର କ୍ରିକେଟର ଦୋସ୍ତ ଅନିଲ୍‌ କୁମ୍ବଲେ ଭେଟ କରାଇ ଥିଲେ । ଜୟନ୍ତୀ ବିବାହିତ କରିଥିଲେ ମଧ୍ୟ ତଲାକ ପାଇଥିଲେ ।

cricket

ବିବାହିତଙ୍କୁ ବିବାହ କରିବା କିଛି ନୂଆ କଥା ନୁହେଁ । ଏହି ପରମ୍ପରା ଖାଲି କ୍ରିକେଟ୍‌ରେ ନୁହେଁ ଫିଲ୍ମ ତାରକାଙ୍କ ଜୀବନରେ ମଧ୍ୟ ଦେଖିବାକୁ ମିଳେ । ପ୍ରେମର ଏହି ପରିଭାଷାକୁ କ୍ୱଚିତ୍‌ ଲୋକ ବୁଝିଥାନ୍ତି । ଯେଉଁମାନେ ଦୁନିଆର ବାଧା ବନ୍ଧନକୁ ନମାନି ଏପରି ବିବାହ କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.