ଜଗତସିଂହପୁର କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀଙ୍କୁ ପିଟିଲେ ସରପଞ୍ଚ ସ୍ବାମୀ, ଦେଖନ୍ତୁ ଭିଡିଓ

ଜଗତସିଂହପୁର(କେନ୍ୟୁଜ୍): ସଙ୍ଗରୋଧ କେନ୍ଦ୍ରରେ ସରପଞ୍ଚ ସ୍ବାମୀଙ୍କ ଦାଦାଗିରି। ଜଣେ ପ୍ରବାସୀଙ୍କୁ ସରପଞ୍ଚଙ୍କ ସ୍ୱାମୀ ମାଡ଼ ମାରିଥିବା ଆସିଛି ସଙ୍ଗିନ୍ ଅଭିଯୋଗ। ଜଗତସିଂହପୁର ଜିଲ୍ଲା ଏରସମାବ୍ଲକ ଗଡ଼ବିଶୁନପୁର ପଞ୍ଚାୟତର କ୍ବାରେଣ୍ଟାଇନ ସେଣ୍ଟରରୁ ଆସିଛି  ଏଭଳି ଅଭିଯୋଗ। ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ପ୍ରଭାକର ବେହେରା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ କ୍ୱାରେଣ୍ଟିନ୍ ସେଣ୍ଟରରେ ଜଣେ ଯୁବକଙ୍କୁ ପିଟୁଥିବା ଭିଡିଓ ଭାଇରାଲ୍ ହୋଇଛି।


ଭିଡିଓରୁ ଜଣା  ପଡିଛି ଯେ କ୍ବାରେଣ୍ଟାଇନ ସେଣ୍ଟରରେ ଜଣେ ଯୁବକଙ୍କ ଉପରକୁ ଚେୟାର ଫିଙ୍ଗିବା ସହ ଠେଙ୍ଗାରେ ପିଟିବାକୁ ଉଦ୍ୟମ କରୁଥିବା ଦେଖାଯାଉଛି। ଏହି ଘଟଣାକୁ ନେଇ ସଫେଇ  ରଖିଛନ୍ତି ସରପଞ୍ଚଙ୍କ ସ୍ବାମୀ।  ସେ  କହିଛନ୍ତି “କିଛି ନିର୍ଦ୍ଦିଷ୍ଟ ଯୁବକ ଉଦ୍ଦେଶ୍ୟମୂଳକ ଭାବେ ବାରମ୍ବାର ବିଶୃଙ୍ଖଳା କରିବାରୁ ସେମାନଙ୍କୁ ତାଗିଦ କରାଯାଇଥିଲା । ନିଜ ସଫେଇରେ ସେ କହିଛନ୍ତି, ଉକ୍ତ ଯୁବକମାନେ ଏରସମା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ବାସିନ୍ଦା। ସେମାନେ ଗତ ୨୩ ତାରିଖରୁ ଆସି ଗଡ଼ବିଶୁନପୁର ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଛନ୍ତି। ମାତ୍ର ଏଠାରେ ଖାଇବା, ପିଇବାରେ ଅବ୍ୟବସ୍ଥା ହେଉଥିବା ନେଇ ସେମାନେ ପୂର୍ବରୁ ଅଭିଯୋଗ କରି ଆସୁଥିଲେ। ଏହାକୁ କେନ୍ଦ୍ର କରି ଘଟଣା ସମ୍ପର୍କରେ ବୁଝୁଶୁଝା କରିବାକୁ ସେମାନେ ଯାଇଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ସେମାନେ ସଂଘବଦ୍ଧ ହୋଇ ଆମ ଉପରକୁ ମାଡ଼ି ଆସିଥିଲେ। ଏହାପରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ତା’ର ଭିଡିଓ ଭାଇରାଲ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.