ଭୋପାଳ ଅଗ୍ନିକାଣ୍ଡ ରାଜନୀତି, ବିଜେପି ସରକାରକୁ ଘେରିଲେ ବିରୋଧୀ

ଭୋପାଳର ସତପୁଡ଼ା ଭବନରେ ଗତକାଲି ଲାଗିଥିବା ନିଆଁ ତ ଲିଭିଯାଇଛି, ହେଲେ ଏହାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହୋଇଛି । ନିର୍ବାଚନ ବର୍ଷରେ ଲାଗିଥିବା ନିଆଁ ଲିଭିଯାଇଥିଲେ ବି ଏଥିରୁ ବାହାରୁ ଥିବା ରାଜନୈତିକ ଧୂଆଁ ଏବେ ବି ଦେଖିବାକୁ ମିଳୁଛି ।

ଘଟଣାକୁ ନେଇ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମଧ୍ୟ ପ୍ରଦେଶ କଂଗ୍ରେସ ସଭାପତି କମଲନାଥଙ୍କ ସମେତ ଅନ୍ୟ ବିରୋଧୀ ନେତାମାନେ ଏହାକୁ ନେଇ ବିଜେପି ଶାସିତ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ସରକାର ଉପରେ ଆକ୍ରମଣ କରିଛନ୍ତି ।

ନିର୍ବର୍ାଚନକୁ ମାତ୍ର ୫-୬ ମାସ ବାକିଥିବା ବେଳେ ସରକାରୀ କାର୍ଯ୍ୟାଳୟରେ ନିଆଁ ଲାଗି ଫାଇଲ୍‌ ପତ୍ର ପୋଡ଼ିଯିବାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ବିରୋଧୀ । କଂଗ୍ରେସର କହିବା କଥା, ଏହି ନିଆଁ ଜାଣିଶୁଣି ଲଗାଯାଇଛି । ଅଗ୍ନିକାଣ୍ଡ ବିରୋଧରେ ଆଜି ବିରୋଧୀମାନେ ସତପୁଡ଼ା ଭବନ ସମ୍ମୁଖରେ ଧାରଣାରେ ବସିଥିଲେ ।

ମଧ୍ୟପ୍ରଦେଶ ସରକାରଙ୍କ ବିଭିନ୍ନ ବିଭାଗର କାର୍ଯ୍ୟାଳୟ ଥିବା ଏହି ଭବନରେ ଗତକାଲି ନିଆଁ ଲାଗିଥିଲା । ନିଆଁ ଲିଭାଇବା ପାଇଁ ରାଜ୍ୟ ସରକାର ଭାରତୀୟ ବାୟୁ ସେନାର ସହାୟତା ଲୋଡ଼ିଥିଲେ ବି ତାର ଆବଶ୍ୟକତା ପଡ଼ିନଥିଲା ଓ ନିଆଁ ଉପରେ ବିଳମ୍ବିତ ରାତିରେ ନିୟନ୍ତ୍ରଣ ଆସିଥିଲା ।

Leave A Reply

Your email address will not be published.