Below header

ଭାରତ ସରକାରଙ୍କ ଉପରେ ଟ୍ଵିଟର ପୂର୍ବତନ ସିଇଓଙ୍କ ଅଭିଯୋଗ, ଭାରତରେ ଟ୍ଵିଟର ବନ୍ଦ କରିବାକୁ ମିଳିଥିଲା ଧମକ

ଭାରତ ସରକାରଙ୍କ ଉପରେ ଟ୍ଵିଟର ପୂର୍ବତନ ସିଇଓ ଜ୍ୟାକ ଡୋର୍ସୀଙ୍କ ସଙ୍ଗୀନ ଅଭିଯୋଗ । ଭାରତରେ ଟ୍ଵିଟର ବନ୍ଦ କରିବାକୁ ମିଳିଥିଲା ଧମକ । କୃଷି ଆଇନ ବିରୋଧରେ ଭାରତରେ ବିରୋଧ ପ୍ରଦର୍ଶନ ହୋଇଥିଲା । ଏହି ସମୟରେ ସରକାରଙ୍କୁ ସମାଲୋଚନା କରୁଥିବା ବହୁ ଟ୍ଵିଟର ଆକାଉଣ୍ଟ ବନ୍ଦ କରିବାକୁ ଟ୍ଵିଟରକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଭାରତ ସରକାରଙ୍କ ପକ୍ଷରୁ କମ୍ପାନୀ ଉପରେ ଚାପ ପକାଯାଉଥିଲା । ଏପରିକି ସରକାରଙ୍କ ପକ୍ଷରୁ ଟ୍ଵିଟର କର୍ମଚାରୀଙ୍କ ଘରେ ଚଢାଉ କରିବାକୁ ଧମକ ମିଳିଥିଲା । ଟ୍ଵିଟର ଅଫିସ ବନ୍ଦ କରିବାକୁ ମଧ୍ୟ ଧମକ ଦିଆଯାଇଥିଲା। ଏକ ୟୁଟ୍ୟୁବ ସୋରେ କହିଛନ୍ତି ଜ୍ୟାକ ଡୋର୍ସୀ ।

ଅନ୍ୟପଟେ ଡୋର୍ସୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଛ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ଡୋର୍ସୀ ଓ ତାଙ୍କ ଟିମ୍‌ ଭାରତର ଆଇନକୁ ବାରମ୍ବାର ଉଲ୍ଲଘଂନ କରିଥିଲେ । ୨୦୨୦ରୁ ୨୦୨୨ ଯାଏ ଟ୍ଵିଟର ଭାରତୀୟ କାନୁନକୁ ମାନିନଥିଲା। ଏହି ସମୟରେ କୌଣସି ଟ୍ଵିଟର କର୍ମଚାରୀ ଜେଲ୍‌ ଯାଇନାହାନ୍ତି କି ଟ୍ଵିଟର ଉପରେ ବ୍ୟାନ ଲଗାଯାଇନି । ଡୋର୍ସୀଙ୍କୁ ଭାରତୀୟ କାନୁନ ସହ ଅସୁବିଧା ଥିଲା ବୋଲି ସେ କହିଛନ୍ତି

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.