Below header

କେମିକାଲ ଭର୍ତ୍ତି ଟ୍ୟାଙ୍କରେ ନିଆଁ ଓ ବିସ୍ଫୋରଣ, ୪ ମୃତ, ୩ ଗୁରୁତର

କେମିକାଲ ଭର୍ତ୍ତି ଟ୍ୟାଙ୍କରେ ଭିଷଣ ନିଆଁ ଓ ବିସ୍ଫୋରଣ । ଯେଉଁଥିରେ ୪ ଜଣ ପ୍ରାଣ ହରାଇଛନ୍ତି ଓ ୩ ଜଣ ଗୁରୁତର ହୋଇଛନ୍ତି । ମହାରାଷ୍ଟ୍ରର ପୁଣେ-ମୁମ୍ବାଇ ଏକ୍ସପ୍ରେସ ୱେର ଲୋନାୱାଲା ଓ ଖଣ୍ଡାଲା ମଝାମଝି ସ୍ଥାନରେ ଘଟିଛି ଏହି ଦର୍ଘଟଣା ।

କେମିକାଲ ଭର୍ତ୍ତି ଟ୍ୟାଙ୍କରେ ଭିଷଣ ନିଆଁ ଓ ବିସ୍ଫୋରଣ । ଯେଉଁଥିରେ ୪ ଜଣ ପ୍ରାଣ ହରାଇଛନ୍ତି ଓ ୩ ଜଣ ଗୁରୁତର ହୋଇଛନ୍ତି । ମହାରାଷ୍ଟ୍ରର ପୁଣେ-ମୁମ୍ବାଇ ଏକ୍ସପ୍ରେସ ୱେର ଲୋନାୱାଲା ଓ ଖଣ୍ଡାଲା ମଝାମଝି ସ୍ଥାନରେ ଘଟିଛି ଏହି ଦର୍ଘଟଣା ।

ଟ୍ୟାଙ୍କରଟି କୌଣସି କାରଣ ବଶତଃ ଦୁର୍ଘଟଣାଗ୍ରସ୍ତ ହେବାପରେ ଏଥିରେ ନିଆଁ ଲାଗିଯାଇଥିଲା ଓ ବିସ୍ଫୋରଣ ହୋଇଥିଲା। ବହୁ ଦୂର ଦୂର ପର୍ଯ୍ୟନ୍ତ ଏଥିରୁ ନିଆଁ ହୁଳା ସବୁ ଛିଟିକିବା କାରଣରୁ ଆଖପାଖ ଗାଡ଼ିରେ ଥିବା ୩ ଜଣ ବ୍ୟକ୍ତି ଏଥିରେ ପ୍ରାଣ ହାରାଇଛନ୍ତି । ଟ୍ୟାଙ୍କରେ ଥିବା ଜଣଙ୍କର ମୃତ୍ୟୁ ହୋଇଥିୱା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି ।

ଦୁର୍ଘଟଣା ଯୋଗୁଁ ଏକ୍ସପ୍ରେସ ୱେର ଉଭୟ ପାର୍ଶ୍ୱରେ ବହୁ ସମୟ ଧରି ଗାଡ଼ିମଟର ଅଟକି ରହିଥିଲା । ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ମୃତାହତଙ୍କ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.