ଆୟଠାରୁ ୧୮୩ ପ୍ରତିଶତ ସମ୍ପତ୍ତି ଠୁଳ କରିଥିଲେ କଟକ ସଦରର ସହକାରୀ ଯନ୍ତ୍ରୀ ବିକାଶ ଭୂୟାଁ, ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱରରେ ବାବୁଙ୍କ ରହିଛି ମଲ୍ଟି ଷ୍ଟୋରେଜ ବିଲ୍ଡିଂ । ଭୁବନେଶ୍ୱର ଓ କଟକର ପ୍ରାଇମ ଲୋକେସନରେ ୭ଟି ପ୍ଲଟ ରହିଛି । ଭୁବନେଶ୍ୱରରେ ଏକ ଦୁଇ ମହଲା କୋଠା ଠାବ ହୋଇଛି। ଚଢ଼ାଉ ବେଳେ ତାଙ୍କ ଘରୁ ସୁନା ରୁପା ଗହଣା ଏବଂ ବ୍ୟାଙ୍କ ଡିପୋଜିଟ୍‌ର ମୁଲ୍ୟ ୫୦ ଲକ୍ଷରୁ ଅଧିକ ଟଙ୍କା ହେବ ।

କଟକ(କେନ୍ୟୁଜ୍): ବନ୍ଧା ହେଲେ କୋଟିପତି ଯନ୍ତ୍ରୀ । କଟକ ସଦର ବ୍ଲକ୍‌ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟଠାରୁ ୧୮୩ ପ୍ରତିଶତ ସମ୍ପତ୍ତି ଠୁଳ କରିଥିଲେ । କ୍ରିପ୍ଟୋ କରେନ୍ସିରେ ନିବେଶ କରିଥିଲେ ସହକାରୀ ଯନ୍ତ୍ରୀ । ଭୁବନେଶ୍ୱରରେ ବାବୁଙ୍କ ରହିଛି ମଲ୍ଟି ଷ୍ଟୋରେଜ ବିଲ୍ଡିଂ । ଭୁବନେଶ୍ୱର ଓ କଟକର ପ୍ରାଇମ ଲୋକେସନରେ ୭ଟି ପ୍ଲଟ ରହିଛି । ଭୁବନେଶ୍ୱରରେ ଏକ ଦୁଇ ମହଲା କୋଠା ଠାବ ହୋଇଛି। ଚଢ଼ାଉ ବେଳେ ତାଙ୍କ ଘରୁ ସୁନା ରୁପା ଗହଣା ଏବଂ ବ୍ୟାଙ୍କ ଡିପୋଜିଟ୍‌ର ମୁଲ୍ୟ ୫୦ ଲକ୍ଷରୁ ଅଧିକ ଟଙ୍କା ହେବ ।

ନଗଦ ଟଙ୍କା ଏବଂ ଘରୋଇ ଉପକରଣର ମଲ୍ୟ ୧୧ ଲକ୍ଷ ୭୩ ହଜାର ଟଙ୍କା ହେବ । ପୁଅ ଝିଅଙ୍କ ପାଠପଢାରେ ଖର୍ଚ୍ଚ କରିଛନ୍ତି ୧ କୋଟି ଟଙ୍କା । ରେଡ୍‌ ବେଳେ ବାବୁଙ୍କ ସୌଭାଗ୍ୟନଗର ଘରୁ ବାହାରିଥିଲା ହୀରା ହାର, ୨ ହଜାର ଟଙ୍କିଆ ନୋଟ୍‌ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବିକାଶ ଚନ୍ଦ୍ର ଭୂୟାଁଙ୍କ ଘର ସମେତ ୪ଟି ସ୍ଥାନରେ ଏକକାଳୀନ ରେଡ୍‌ କରିଥିଲା ଭିଜିଲାନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.