Below header

ଭୁବନେଶ୍ୱରରେ ଗର୍ଲଫ୍ରେଣ୍ଡ ପାଇଁ ଗଣ୍ଡଗୋଳ, ପବ୍‌ ନିକଟରେ ହାଇଡ୍ରାମା କରି ୧୦ ଗିରଫ

ଦୁଇ ଦିନ ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଥିଲା ଏହି ଘଟଣା । ଜଣେ ଯୁବତୀଙ୍କ ପାଇଁ ପ୍ରେମିକ ଓ ପୂର୍ବତନ ପ୍ରେମିକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯୁବତୀ ଓ ତାଙ୍କ ପ୍ରେମିକ ପବ୍‌ରେ ଥିବା ଖବର ପାଇ ୧୦ରୁ ଉର୍ଦ୍ଧ୍ୱ ଯୁବକଙ୍କୁ ଧରି ସେଠାରେ ପହଞ୍ଚିଥିଲେ ଟାଙ୍କର ପୂର୍ବତନ ପ୍ରେମିକ ।

ଭୁବନେଶ୍ୱର(କେନ୍ୟୁଜ୍): ଗର୍ଲଫ୍ରେଣ୍ଡ ପାଇଁ ଗଣ୍ଡଗୋଳ । ପବ୍‌ ନିକଟରେ ହାଇଡ୍ରାମା କରି ବନ୍ଧା ହେଲେ ୧୦ଜଣ । ଗଣ୍ଡଗୋଳ କରିଥିବା୧୦ ଜଣଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ୍‌ । ଦୁଇ ଦିନ ତଳେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଥିଲା ଏହି ଘଟଣା । ଜଣେ ଯୁବତୀଙ୍କ ପାଇଁ ପ୍ରେମିକ ଓ ପୂର୍ବତନ ପ୍ରେମିକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯୁବତୀ ଓ ତାଙ୍କ ପ୍ରେମିକ ପବ୍‌ରେ ଥିବା ଖବର ପାଇ ୧୦ରୁ ଉର୍ଦ୍ଧ୍ୱ ଯୁବକଙ୍କୁ ଧରି ସେଠାରେ ପହଞ୍ଚିଥିଲେ ତାଙ୍କ ପୂର୍ବତନ ପ୍ରେମିକ ।

ଯୁବତୀଙ୍କୁ ବାହାରକୁ ଡାକି ଟଣାଓଟରା କରିଥିଲେ। ହୋଟେଲ କର୍ତ୍ତୁପକ୍ଷ ଏହାକୁ ବିରୋଧ କରିବାକୁ ପାର୍କିଂରେ ଗାଡ଼ି ଭଙ୍ଗାରୁଜା କରିବା ସହ ହୋଟେଲ ଷ୍ଟାଫଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହେଇଥିଲା । ଏନେଇ ଅଭିଯୋଗ ପରେ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଥିଲା ଚନ୍ଦ୍ରଶେଖରପୁର ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.