କିର୍ଗିଜସ୍ତାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚୀନ୍‌ ଓ ଋଷିଆ ରାଷ୍ଟ୍ରପତିଙ୍କ ସହ କରିଛନ୍ତି ଦ୍ୱିପାକ୍ଷିକ ଆଲୋଚନା

କିର୍ଗିଜସ୍ତାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ଦିନିଆ ସାଂଘାଇ କୋ-ଅପରେସନ୍‌ ଅର୍ଗାନାଇଜେସନ୍‌ ସମିଟରେ ସେ ଯୋଗ ଦେବେ। ତାପୂର୍ବରୁ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ମୋଦି। ଚୀନ ରାଷ୍ଟ୍ରପତିଙ୍କ ସହ ଆଲୋଚନା ବେଳେ ମୋଦି ଉଠାଇଥିଲେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ପ୍ରସଙ୍ଗ। ଆତଙ୍କବାଦୀ ଦମନ କ୍ଷେତ୍ରରେ ପାକିସ୍ତାନ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ଉପରେ ଜୋର ଦେଇଛନ୍ତି ମୋଦି। ମୋଦି ଭାରତ ଆସିବା ପାଇଁ ଜିନପିଙ୍ଗଙ୍କୁ ଆମନ୍ତ୍ରଣ କରିଛନ୍ତି। ଏହାସହ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ ମୋଦି। ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ଦୁଇ ନେତା। ପ୍ରତିରକ୍ଷା, ଶକ୍ତି, ବ୍ୟାପାର, ସୁରକ୍ଷା ଓ ପୁଞ୍ଜିନିବଶ ଆଦି ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ମୋଦି-ପୁଟିନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.