ସକ୍ରିୟ ହେଉଛି ମୌସୁମୀ ବାୟୁ, ଚାରି-ପାଞ୍ଚ ଦିନ ଭିତରେ ଓଡ଼ିଶା ଛୁଇଁବା ସମ୍ଭାବନା

କେନ୍ୟୁଜ୍ : ଖୁବ ଶୀଘ୍ର ଓଡ଼ିଶାରେ ପ୍ରବେଶ କରିପାରେ ମୌସୁମୀ ବାୟୁ। ଧୀରେ ଧୀରେ ସକ୍ରିୟ ହେଉଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ପାଣିପାଗ ବିଭାଗ ସୂଚନା ଦେଇଛି, ସବୁ କିଛି ଠିକଠାକ ରହିଲେ ୪-୫ ଦିନ ଭିତରେ ଓଡ଼ିଶାରେ ମୌସୁମୀ ପହଞ୍ଚିପାରେ। ସେପଟେ ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ପାଗ ବି ମେଘୁଆ ରହିଥିଲା। ଆଜି ସକାଳୁ ସକାଳୁ ଭୁବନେଶ୍ୱର ସମେତ ରାଜ୍ୟର କିଛି ସ୍ଥାନରେ ବର୍ଷା ବି ହୋଇଛି। ଏହାର ପ୍ରଭାବରେ ତାତିରୁ ମିଳିଛି ଆଶ୍ୱସ୍ତି। ତେବେ ଏବା ପ୍ରାକ୍‌ ମୌସୁମୀ ବର୍ଷା କି ନୁହେଁ ତାହା ଅସ୍ପଷ୍ଟ ରହିଛି। ନିକଟରେ କେରଳ ଉପକୂଳ ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ତେବେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବାୟୁ ମୌସୁମୀର ଗତିପଥକୁ ରୋକିଥିଲା। ଏବେ ବାୟୁର ପ୍ରକୋପ ହ୍ରାସ ପାଇଥିବାରୁ ପୁଣି ଥରେ ମୌସୁମୀ ସକ୍ରିୟ ହେଉଥିବା ସୂଚନା ମିଳିଛି।

Leave A Reply

Your email address will not be published.