Below header

ପୁରୀ : ଫନି କ୍ଷୟକ୍ଷତି ପାଇଁ SDRFରେ ସାହାଯ୍ୟ ପାଇବାକୁ ଯୋଗ୍ୟ ନଥିବା ପରିବାରଙ୍କୁ ମିଳିବ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା

ପୁରୀ(କେନ୍ୟୁଜ୍) : ପୁରୀ ଜିଲ୍ଲାରେ ଫନିରେ ଘର ଭାଙ୍ଗିଥିବା ପରିବାର, ଯେଉଁମାନେ SDRFରେ ସାହାଯ୍ୟ ପାଇବାକୁ ଯୋଗ୍ୟ ନୁହନ୍ତି, ସେମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ମିଳିବ। ୭ କୋଟି ୫୮ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବ। ପ୍ରାୟ ୮ ହଜାର ଲୋକ ଉପକୃତ ହେବେ। ୭ ହଜାର ୪ଶହ ପରିବାରଙ୍କୁ ମିଳିବ ୧୦ ହଜାର ଟଙ୍କା ଲେଖାଏ ସହାୟତା। ଏହାସହ ୬ଶହ ପରିବାର ଯେଉଁମାନଙ୍କର ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ୩ ହଜାର ଟଙ୍କା ଲେଖାଏ ସହାୟତା ମିଳିବ। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.