ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଜମି ଜମା ବିକ୍ରି ନେଇ ନୂଆ ପଲିସିରେ ଅତ୍ୟଧିକ ଦର ପ୍ରସଙ୍ଗରେ ରଖିଛନ୍ତି ମତ

ପୁରୀ(କେନ୍ୟୁଜ୍) : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା । ମନ୍ଦିର ପ୍ରଶାସନ ପକ୍ଷରୁ ଜମି ଜମା ବିକ୍ରି ନେଇ ନୂଆ ପଲିସିରେ ଅତ୍ୟଧିକ ଦର ପ୍ରସଙ୍ଗରେ ମତ ରଖିଛନ୍ତି । ଆଇନ ମନ୍ତ୍ରୀ କହିଛନ୍ତି, ଶ୍ରୀମନ୍ଦିର ଜମିଜମା ୟୁନିଫର୍ମ ପଲିସିକୁ ନେଇ ସରକାର କୈଣସି ଚୁଡାନ୍ତ ନିଷ୍ପତ୍ତି ନେଇ ନାହାନ୍ତି । ବିଚାରବିମର୍ଶ ଜାରି ରହିଛି । ପୂର୍ବରୁ ବିଭିନ୍ନ ମଠରୁ ପୁରୀ ବାସିନ୍ଦା ଜମି ଜାଗା କିଣି ଘର କରୁଥିଲେ। ପରେ ଏହି ସବୁ ଜମି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ଭାବେ ରେକର୍ଡ କରଯାଇଛି। ଯେଉଁମାନେ ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିରେ ଘର ବାଡି କରିଛନ୍ତି ସରକାର ଏକ ଦର ନିର୍ଦ୍ଧାରଣ କରି ଦେବାକୁ କୋର୍ଟ କହିଥିଲେ । ସେହି ନିର୍ଦ୍ଦେଶ ଆଧାରରେ ସରକାର ଜମି ଦର ଧାର୍ଯ୍ୟ କରିଥିଲେ । ତେବେ ଏହା ବଜାର ଦରଠାରୁ ଅଧିକ ବୋଲି ଅଭିଯୋଗ କରିଛନ୍ତି ପୁରୀ ବାସିନ୍ଦା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.