ସିରିୟାରେ ଆମେରିକାର ଏୟାର ଷ୍ଟ୍ରାଇକ୍‌, ଅଲ୍‌-କାଏଦାର ଟପ୍‌ ନେତା ନିହତ

ସିରିୟାରେ ଆମେରିକାର ଏୟାର ଷ୍ଟ୍ରାଇକ୍‌ । ଅଲ୍‌-କାଏଦାର ଟପ୍‌ ନେତା ନିହତ । ଉତ୍ତରପଶ୍ଚିମ ସିରିୟାରେ ଆମେରିକା କରିଥିବା ଡ୍ରୋନ୍‌ ଆକ୍ରମଣରେ ଅଲ୍‌-କାଏଦା ନେତା ହମିଦ୍‌ ଅଲ୍‌-ମତର ନିହତ ହୋଇଛି । ଏନେଇ ଆମେରିକା ସେନା ପକ୍ଷରୁ ସୂଚନା ଦିଆଯାଇଛି । ୟୁଏସ ସେଣ୍ଟ୍ରାଲ କମାଣ୍ଡ୍‌ର ମୁଖପାତ୍ର ମେଜର ଜନ ରିଗସ୍‌ବି କହିଛନ୍ତି ଡ୍ରୋନ୍‌ ଆକ୍ରମଣରେ କୌଣସି ସାଧାରଣ ଲୋକଙ୍କ ମୃତ୍ୟୁ ହୋଇନାହି ।

ଏ ସଂକ୍ରାନ୍ତରେ ଜାରି ଏକ ବିବୃତି ଅନୁସାରେ, ଆମେରିକା ଏବଂ ତା’ର ମିତ୍ର ରାଷ୍ଟ୍ରମାନଙ୍କ ପ୍ରତି ଏବେ ମଧ୍ୟ ଅଲ୍‌-କାଏଦା ବିପଦର କାରଣ ହୋଇ ରହିଛି । ଟପ୍‌ ନେତାଙ୍କୁ ହତ୍ୟା କରିବା ଦ୍ୱାରା ଅଲ୍‌-କାଏଦା ଆମେରିକୀୟ ନାଗରିକ, ଆମେରିକାର ମିତ୍ରରାଷ୍ଟ୍ର ଓ ସାଧାରଣ ଜନତାଙ୍କ ଉପରେ ଆକ୍ରମଣ କରି ପାରିବ ନାହିଁ କି ଷଡ଼ଯନ୍ତ୍ର କରିବାକୁ ତା’ର ସାମର୍ଥ୍ୟ ମଧ୍ୟ ରହିବ ନାହିଁ ।

ପୂର୍ବରୁ ଆଫଗାନିସ୍ତାନରେ ISIS ଉପରେ ଆମେରିକାର ଡ୍ରୋନ୍‌ ଷ୍ଟ୍ରାଇକ୍‌ । ଏକାଧିକ ସ୍ଥାନରେ ଆମେରିକାର ଡ୍ରୋନ୍‌ ଷ୍ଟ୍ରାଇକ୍‌ କରିଥିଲା । କାବୁଲ ବିସ୍ଫୋରଣ ପାଇଁ ଷଡଯନ୍ତ୍ର କରିଥିବା ISର ଜଣେ ଆତଙ୍କୀର ମୃତ୍ୟୁ ମଧ୍ୟ ହୋଇଥିଲା। ଏନେଇ ଆମେରିକା ଡ୍ରୋନ୍‌ ଷ୍ଟାଇକ୍‌ ପରେ ଏୟାରପୋର୍ଟରେ ହାଇ ସିକ୍ୟୁରିଟି ଆଲର୍ଟ ଜାରି ହୋଇଥିଲା। ବଡ଼ ଧରଣର ଆକ୍ରମଣ ଆଶଙ୍କା ଥିବାରୁ କାବୁଲ ଏୟାରପୋର୍ଟର ଗେଟ୍‌ ନିକଟରୁ ନାଗରିକଙ୍କୁ ତୁରନ୍ତ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲା ଆମେରିକା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.