ବ୍ରିଟେନ୍‌ରୁ ଫେରାଇ ଅଣାଯିବ ଛତ୍ରପତି ଶିବାଜୀଙ୍କ ଖଣ୍ଡା, ମହାରାଷ୍ଟ୍ର ସରକାର ବ୍ରିଟିଶ ପ୍ରଧାନମନ୍ତ୍ରୀ ଙ୍କ ସହ କରିବେ କଥାବାର୍ତ୍ତା

ନୂଆଦିଲ୍ଲୀ : ରାଜ୍ୟ ସରକାର ଛତ୍ରପତି ଶିବାଜୀ ମହାରାଜଙ୍କ ଜଗଦମ୍ବା ଖଣ୍ଡା ୨୦୨୪ ମସିହା ଭିତରେ ଫେରାଇ ଆଣିବାକୁ ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସନକଙ୍କ ସହ ବିଚାର ବିମର୍ଶ କରିବେ ବୋଲି ମହାରାଷ୍ଟ୍ର ସାଂସ୍କୃତିକ ମନ୍ତ୍ରୀ ସୁଧୀର ମୁନଗଣ୍ଟିଓ୍ଵାର କହିଛନ୍ତି । ୨୦୨୪ ରେ ଶିବାଜୀ ମହାରାଜାଙ୍କ ରାଜ୍ୟଭିଷେକର ୩୫୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ ହେବ । ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ରୁଷି ସନକ ଦାୟିତ୍ୱ ନେବା ପରେ କେନ୍ଦ୍ର ସରକାରଙ୍କ ସହ ପତ୍ରାଳାପ ଜାରି ରହିଥିବା ମନ୍ତ୍ରୀ ସୁଧୀର ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ।

ବ୍ରିଟିସରମାନେ ଏହାକୁ ଲୋଭର ବଶବର୍ତ୍ତୀ ହୋଇ ଚୋରାଇ ନେଇଥିଲେ । କାରଣ ଏଥିରେ ହୀରା ଲାଗିଥିଲା । ଆମ ପାଇଁ ଏହି ଖଣ୍ଡା ଭାବନାତ୍ମକ ଅଟେ, କାରଣ ଏହାକୁ ଛତ୍ରପତି ଶିବାଜୀ ମହାରାଜ ଛୁଇଁଥିଲେ ବୋଲି ମନ୍ତ୍ରୀ କହିଛନ୍ତି । ଏହି ଖଣ୍ଡା ଫେରାଇ ଆଣିବାର ଦାବି ବହୁତ ପୁରୁଣା, ଏହାକୁ ଫେରାଇ ଆଣିବାକୁ ପ୍ରଥମେ ଲୋକମାନ୍ୟ ତିଲକ ପ୍ରଶ୍ନ ଉଠାଇ ଥିଲେ ।

ସେତେବେଳେ ସାବନ୍ତ କହିଥିଲେ,ଖଣ୍ଡାକ ୧୮୭୫-୭୬ ରେ ଚତୁର୍ଥ ଶିବାଜୀଙ୍କ ଦ୍ୱାରା ପ୍ରିନ୍ସ ଅଫ୍‌ େଓ୍ଵଲ୍ସଙ୍କ ଦିଆଯାଇଥିଲା । ଏହି ଖଣ୍ଡା କରବୀର ଛତ୍ରପତିଙ୍କ ପାଖରେ ରହିଥିଲା,ଯାହାର ବ୍ୟବହାର ଶିବାଜୀ ମହାରାଜ କରିଥିଲେ । ଏଇଥିପାଇଁ ଏହା କୁହାଯାଇଛି ଯେ ଆଜି ବି ଏହି ଖଣ୍ଡାର ତାଲିକା ଶସ୍ତ୍ରାଗାର ସୂଚୀରେ ରହିଛି । ଯାହାକୁ ଶିବାଜୀ ମହାରାଜ ବ୍ୟବହାର କରୁଥିଲେ ଓ ସେଥିରେ କେତୋଟି ହୀରା ରହିଛି ତାହାର ବର୍ଣ୍ଣନା ମଧ୍ୟ ରହିଛି ।
ସାବନ୍ତ କହିଛନ୍ତି, ପ୍ରିନ୍ସ ଅଫ୍‌ େଓ୍ଵଲସଙ୍କୁ ଅସ୍ତ୍ରଶସ୍ତ୍ର ଏକାଠି କରିବାର ସୌକ ଥିଲା । ସେ ଏହି ଖଣ୍ଡା ସହ ଆଉ କିଛି ଜିନିଷକୁ ମଧ୍ୟ ତାଲିକାଭୁକ୍ତ କରିଥିଲେ । ଶିବାଜୀ ଚତୁର୍ଥଙ୍କ ସହ ତାଙ୍କର ଦେଖା ମୁମ୍ବାଇରେ ହୋଇଥିଲା ।

ପ୍ରକାଶଯୋଗ୍ୟ, କିଛି ବର୍ଷ ଧରି ଶିବାଜୀଙ୍କ ଖଣ୍ଡା ସହ ଆଉ କେତେକ ଜିନିଷ ବ୍ରିଟେନରୁ ଫେରାଇ ଆଣିବା ପାଇଁ ଦାବି ଜୋର ଧରିଛି । ଯେଉଁଗୁଡିକୁ ବ୍ରିଟିଶରମାନେ ଭାରତକୁ ଶାସନ କରୁଥିବା ବେଳେ ଭାରତରୁ ନେଇ ଯାଇଥିଲେ । ହେଲେ ଏହାକୁ ଫେରାଇ ଆଣିବା କେତେ ଦୂର ସମ୍ଭବ ହେବ ତାହା ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.