ପରିଶ୍ରମ କରି ଲୁଟି ଥିବା ସୁନା ଚେନକୁ ଘରେ ଆଣି ଫେରାଇଲା ଚୋର, କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଆପଣ ଅନେକ ଲୁଟପାଟ ଘଟଣା ପୂର୍ବରୁ ଶୁଣିଥିବେ। ବଜାର କିମ୍ବା ଘରୁ ଚୋରମାନେ ସୁନା ଚେନ ଏବଂ ବ୍ୟାଗ୍ ଲୁଟିନିଅନ୍ତି। କିନ୍ତୁ ଆପଣ କଣ କେବେ ଶୁଣିଛନ୍ତି ଚୋରୀ କରିଥିବା ଜିନିଷକୁ ଚୋର ନିଜେ ଆଣି ଘରେ ଦେଇଦେବା ବିଷୟରେ। ଏହା ଶୁଣି ଆପଣ ନିଶ୍ଚୟ କହିବେ ଯେ କଳିଯୁଗରେ ନିଜ ଲୋକ ବି ଜିନିଷ ଫେରାଉ ନାହାନ୍ତି ସେଠି ଜଣେ ଚୋର କେମିତି ଏମିତି କରିପାରିବ। କିନ୍ତୁ ଗୋରଖପୁରରେ ଏମିତି ଏକ ଘଟଣା ସାମ୍ନାକୁ ଆସଛି, ଯେଉଁଠି ପ୍ରଥମ ଥର ପାଇଁ କୌଣସି ଚୋର ଲୁଟି ଥିବା ସୁନା ଚେନକୁ ଆଣି ଫେରାଉଛି।

ଜଣେ ଫଳ ବ୍ୟବସାୟୀ ତାଙ୍କ ସ୍ତ୍ରୀ ଏବଂ ଝିଅ ସହିତ ବଜାରରେ କିଣାକିଣି କରୁଥିଲେ ଠିକ ଏହି ସମୟରେ ଦୁଇ ଜଣ ଦୁବ୍ରୁର୍ତ୍ତ ଆସି ଆଖି ପିଛୁଳାକେ ମହିଳାଙ୍କ ବେକରୁ ସୁନା ଚେନ ଲୁଟି ଫେରାର ହୋଇଯାଇଥିଲେ। ଯେତେବେଳେ ମହିଳା ଜଣଙ୍କ ପାଟି କରି ଚିତ୍କାର କରିଥିଲେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ କିନ୍ତୁ ସେତେବେଳକୁ ଚୋର ଫେରାର ହୋଇଯାଇଥିଲା।

lootଏହାପରେ ମହିଳା ଜଣଙ୍କ ପୋଲିସ ଥାନାରେ ଅଭିଯୋଗ କରିଥିଲେ ଯାହା ପରେ ପୋଲିସ ଘଟଣାସ୍ଥଳରେ ଥିବା ସିସି ଟିଭି ଫୁଟେଜକୁ ଯାଞ୍ଚ କରିଥିଲେ। ଏହାପରେ ପୋଲିସକୁ ଅଭିଯୁକ୍ତଙ୍କ ଫଟୋ ମିଳିଗଲା ଏବଂ ବାଇକ୍ ନମ୍ବର ଅନୁଯାୟୀ ଚୋରକୁ ଖୋଜିବା ଆରମ୍ଭ କରିଥିଲା।

ଏହାସହ ପଢନ୍ତୁ : ଲୋମଟାଙ୍କୁରୀ ଉଠିବ ଏହି ଦୁର୍ଘଟଣାର ଭିଡିଓ ଦେଖିଲେ, ପିଲାର ଜୀବନ ବଞ୍ଚାଇବା ପାଇଁ କେମିତି କରୁଛନ୍ତି ସଂଘର୍ଷ

କିନ୍ତୁ ଚୋରକୁ ଏହି ବିଷୟରେ ଯେତେବେଳେ ଜଣାପଡିଲା ସେ ତୁରନ୍ତ ସୁନା ଚେନକୁ ଆଣି ମହିଳାଙ୍କ ଘରେ ଫିଙ୍ଗି ଦେଲା ଏହାପରେ ସଫା କରିବା ସମୟରେ ମହିଳା ଜଣଙ୍କ ତାଙ୍କ ସୁନା ଚେନକୁ ପାଇଥିଲେ। ହଜି ଯାଇଥିବା ସୁନା ଚେନକୁ ଦେଖି ମହିଳା ବହୁତ ଖୁସି ହୋଇଗଲେ ଏବଂ ଏହି ବିଷୟରେ ପୋଲିସକୁ ସୂଚନା ଦେଇଥିଲେ।

ଚୋର ସିନା ଭଲ ଦେଖେଇ ଚୋରୀ କରିଥିବା ଚେନକୁ ଫେରାଇଦେଲା ଭାବିଲା ପୋଲିସ ତାକୁ ଛାଡିଦେବ କିନ୍ତୁ ପୋଲିସ ଆହୁରି କଡା ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.