ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସୋନିଆ ଗାନ୍ଧି, ସାଥିରେ ଥିଲେ ରାହୁଲ ଏବଂ ପ୍ରିୟଙ୍କା

ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସୋନିଆ ଗାନ୍ଧି। ରାଜସ୍ଥାନ ଜୟପୁରରୁ ସେ ନିଜ ନାମାଙ୍କନ ପତ୍ର ଭରିଛନ୍ତି । ନାମାଙ୍କନ କରିବା ସମୟରେ ସୋନିଆଙ୍କ ସହିତ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ମଧ୍ୟ ଉପସ୍ଥିତ ଥିଲେ ।

କଂଗ୍ରେସର ପୂର୍ବ ଅଧ୍ୟକ୍ଷ ସୋନିଆ ଗାନ୍ଧି ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ରାଜସ୍ଥାନ ଜୟପୁରରୁ ସେ ନିଜ ନାମାଙ୍କନ ପତ୍ର ଭରିଛନ୍ତି । ନାମାଙ୍କନ କରିବା ସମୟରେ ସୋନିଆଙ୍କ ସହିତ ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧି ମଧ୍ୟ ଉପସ୍ଥିତ ଥିଲେ । ସୋନିଆ ବର୍ତ୍ତମାନ ଉତ୍ତରପ୍ରଦେଶ ରାଏବରେଲିରୁ ଲୋକସଭା ସାଂସଦ ଅଛନ୍ତି ।

ସୋନିଆ ଜୟପୁରରେ ପହଞ୍ଚିବା ପୂର୍ବରୁ ନାମାଙ୍କନ ଫର୍ମ ଭରିସାରିଥିଲେ । ନାମାଙ୍ଖନ ଫର୍ମ ସହିତ ୧୦-୧୦ ବିଧାୟକ ଏବଂ ସମର୍ଥକଙ୍କ ହସ୍ତାକ୍ଷର କରିଥିଲେ । କଂଗ୍ରେସ ବୁଧବାର ରାଜ୍ୟ ସଭା ନିର୍ବାଚନ ପାଇଁ ୪ଟି ରାଜ୍ୟରୁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ରାଜସ୍ଥାନ, ମହାରାଷ୍ଟ୍ର, ବିହାର ଏବଂ ହିମାଚଳ ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି । ରାଜସ୍ଥାନରୁ ସୋନିଆ ଗାନ୍ଧି, ବିହାରରୁ ଅଖିଳେଶ ପ୍ରତାପ ସିଂହ, ହିମାଚଳରୁ ଅଭିଷେକ ମନୁ ସିଂଭି ଏବଂ ମହାରାଷ୍ଟ୍ରରୁ ଚନ୍ଦ୍ରକାନ୍ତ ହଣ୍ଡୋର ପ୍ରାର୍ଥୀ ହୋଇଛନ୍ତି । ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ୧୫ ଫେବୃଆରୀ ରହିଛି ।

ସୋନିଆ ଗାନ୍ଧି ୧୯୯୯ରୁ ଲଗାତାର ଲୋକସଭାର ସଦସ୍ୟ ରହିଥିଲେ । ଏବେ ସୋନିଆ ଉତ୍ତରପ୍ରଦେଶ ରାଏବରେଲିରୁ ଲୋକସଭା ସାଂସଦ ଅଛନ୍ତି । ସେ ଅମେଠିରୁ ଲୋକସଭା ସଦସ୍ୟ ରହିସାରିଛନ୍ତି । ପ୍ରଥମ ଥର ପାଇଁ ସଂସଦର ଉଚ୍ଚ ସଦନକୁ ଯିବେ । ତେବେ ସୋନିଆ ୨୦୧୯ରେ ଘୋଷଣା କରିଥିଲେ ଏହା ତାଙ୍କର ଶେଷ ଲୋକସଭା ନିର୍ବାଚନ । ତେଣୁ ଆକଳନ କରାଯାଉଥିଲା କି, ସୋନିଆଙ୍କର ଏହା ଶେଷ ଲୋକସଭା ନିର୍ବାଚନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.