Below header

ଦେଶବାସୀଙ୍କୁ ସମ୍ବୋଧିତ କଲେ ସୋନିଆ ଗାନ୍ଧୀ, ଭିଡିଓ ସେୟାର କରି କହିଲେ “କଂଗ୍ରେସ ଆପଣଙ୍କ ସହ ରହିଛି”

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଙ୍ଗଳବାର ସକାଳେ କରୋନା ସଂକଟକୁ ନେଇ ଦେଶବାସୀଙ୍କ ପାଇଁ ଏକ ଭିଡିଓ ମେସେଜ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଦେଶବାସୀଙ୍କୁ ଅଧିକରୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ କରୋନା ସହ ଲଢ଼ୁଥିବା ସମସ୍ତ ଯୋଦ୍ଧାଙ୍କୁ ମଧ୍ୟ ସେ ପ୍ରଶଂସା କରିଛନ୍ତି ଓ କହିଛନ୍ତି ଯେ କଂଗ୍ରେସର ସମସ୍ତ କାର୍ଯ୍ୟକର୍ତ୍ତା ଦେଶବାସୀଙ୍କ ସାହାଯ୍ୟ ପାଇଁ ପ୍ରସ୍ତୁତ ଅଛନ୍ତି।

ଦେଖନ୍ତୁ ଭିଡିଓ:

ଟ୍ୱିଟରରେ ଭିଡିଓ ସେୟାର କରି ସୋନିଆ ଗାନ୍ଧୀ ସମସ୍ତ ଦେଶବାସୀଙ୍କୁ ପ୍ରଣାମ ଜଣାଇବା ସହ କରୋନା ଯୁଦ୍ଧରେ ପ୍ରତି ମୁହୂର୍ତ୍ତରେ ନିଜ ଜୀବନକୁ ବାଜି ଲଗାଉଥିବା ଡାକ୍ତର, ପୋଲିସ ଓ ସଫେଇ କର୍ମଚାରୀଙ୍କୁ ମଧ୍ୟ ସାଧୁବାଦ ଜଣାଇଛନ୍ତି। ଏଥିସହ ଏହି ସଙ୍କଟ ସମୟରେ ସମସ୍ତଙ୍କୁ ଧୈର୍ଯ୍ୟର ସହ ପରିସ୍ଥିତିକୁ ମୁକାବିଲା କରିବାକୁ ପରାମର୍ଶ ଦେଇଛନ୍ତି।

Lakhs Face 'Chronic Food Insecurity' Due to Lockdown: Sonia Gandhi ...

ଲୋକମାନଙ୍କୁ ଘରେ ରହି ଲକଡାଉନକୁ ପାଳନ କରିବାକୁ କହିଛନ୍ତି ସୋନିଆ। ଯଦି କୌଣସି ଜରୁରୀ କାମରେ ବାହାରକୁ ବାହାରୁଛନ୍ତି ତେବେ ମାସ୍କ, ଓଢଣୀ କିମ୍ବା ଗାମୁଛା ବ୍ୟବହାର କରିବାକୁ କହିଛନ୍ତି। କରୋନା ପାଇଁ ଦିଆଯାଇଥିବା ଗାଇଡ଼ଲାଇନକୁ ପାଳନ କଲେ ସମସ୍ତେ ସୁରକ୍ଷିତ ରହିବେ ବୋଲି ସୋନିଆ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.