Below header

ଦୁଇ ପୁଅ ସରକାରୀ କର୍ମଚାରୀ, ହେଲେ ୧୫ ବର୍ଷ ହେବ ପର ଘରେ କାମ କରି ପେଟ ପୋଷୁଛି ମା’

ଦୁଇ ପୁଅ ସରକାରୀ କର୍ମଚାରୀ । କିନ୍ତୁ ମା’ ପର ଘରେ କରୁଛନ୍ତି କାମ । ଦୀର୍ଘ ୧୫ ବର୍ଷ ହେବ ପର ଘରେ କାମ ଝାଡୁ ପୋଛା ଲଗାଇ ପେଟ ପୋଷୁଛନ୍ତି ଜଣେ ୬୧ ବର୍ଷୀୟା ମହିଳା ପ୍ରମିଳା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ନାସିକ୍ ଜିଲ୍ଲାରେ । ସୂଚନା ମୂତାବକ, ପ୍ରମିଳାଙ୍କ ଜଣେ ପୁଅ ବିକ୍ରି କର ବିଭାଗରେ ଅଧିକ୍ଷକ ଥିବା ବେଳେ ଆଉ ଜଣେ ପୁଅ ବସ୍ କଣ୍ଡକ୍ଟର । ତେବେ ପ୍ରମିଳାଙ୍କ ଏହି ଦୁର୍ଦ୍ଦଶାର କାହାଣୀ ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ସୋସିଆଲ୍ ମିଡିଆରେ ତାଙ୍କର ଏକ ଭାଇରାଲ୍ ହେଲା ।

୧୯୯୫ରେ ପ୍ରମିଳାଙ୍କ ସ୍ବାମୀଙ୍କ ଦେହାନ୍ତ ହୋଇଥିଲା । ଏହା ପରେ ଦୁଇ ପୁଅଙ୍କୁ ପାଠ ପଢାଇବାକୁ ଖୁବ୍ ପରିଶ୍ରମ କରିଥିଲେ ପ୍ରମିଳା । ତେବେ କିଛି ଭୁଲ୍ ଧାରଣା ଯୋଗୁଁ ପ୍ରମିଳାଙ୍କଠୁ ପୁଅମାନେ ଦୂରେଇ ଯାଇଥିଲେ । ଆଉ ପେଟ ପୋଷିବା ପାଇଁ ପର ଘରେ କାମ କରିବାକୁ ଲାଗିଲେ ।

ପୋଲିସ୍ ଅଧିକାରୀଙ୍କ କହିବା ଅନୁଯାୟୀ, ମହିଳାଙ୍କୁ ଏକଥା ମଧ୍ୟ ଜଣା ନାହିଁ ତାଙ୍କ ପୁଅ କେଉଁଠି ରୁହନ୍ତି । ତେବେ ଯେଉଁ ଭିଡିଓ ଭାଇରାଲ୍ ହୋଇଥିଲା ସେଥିରେ ମହିଳା ଜଣଙ୍କ ନିଜ ପୁଅ ମାନଙ୍କ ବିଷୟରେ କହିଥିଲେ । ଏହି ଭିଡିଓ ଦେଖିବା ପରେ ମହିଳାଙ୍କ ପୁଅ ମାନଙ୍କୁ ଖୋଜିଥିଲା ନାସିକ୍ ପୋଲିସ୍ । ଏବେ ମା’ ପୁଅଙ୍କ ମଧ୍ୟରେ ଥିବା ଭୁଲ୍ ଧାରଣା ଦୂର ହୋଇଯାଇଛି । ଏବଂ ପରସ୍ପରକୁ ମିଠା ଖୁଆଇ ମା’କୁ ସାଥିରେ ଘରକୁ ନେଇଗଲେ ପୁଅ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.