Below header

କଟକ-ଚୌଦ୍ୱାର ଆସନରୁ ବିଜେଡି ଟିକେଟ୍‌ରେ ଲଢୁଛନ୍ତି ସୌଭିକ

କଟକ (କେ ନ୍ୟୁଜ୍‌) : ସୌଭିକ ବିଶ୍ୱାଳ । ସେ ହେଉଛନ୍ତି ଚଳିତ ନିର୍ବାଚନରେ ସର୍ବକନିଷ୍ଠ ବିଧାୟକ ପ୍ରାର୍ଥୀ । ତାଙ୍କ ବୟସ ୩୦ ବର୍ଷ । ୧୯୮୯ ଫେବ୍ରୁଆରୀ ୨୨ ତାରିଖରେ ଜନ୍ମ ସୌଭିକଙ୍କ ଶିକ୍ଷାଗତ ଯୋଗ୍ୟତା ହେଉଛି ବିଜନେସ୍‌ ଆଡମିନିଷ୍ଟ୍ରେସନ୍‌ରେ ସ୍ନାତକ ପାସ୍‌ କରିଛନ୍ତି ।
ବାପା ପ୍ରଭାତ ବିଶ୍ୱଳ କଟକ-ଚୌଦ୍ୱାର ଆସନରୁ ଏବେ ବିଧାୟକ ଅଛନ୍ତି । ସେହି ଅସନରୁ ଲଢୁଛନ୍ତି ସୌଭିକ୍‌ । ମା ଲକ୍ଷ୍ମୀ ବିଳାସିନୀ କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଥିଲେ । ତେଣୁ ଏକ ସମ୍ପୂର୍ଣ୍ଣ ରାଜନୈତିକ ପରିବାରରୁ ଆସିଛନ୍ତି ସୌଭିକ । ଏହି ଯୁବ ନେତୃତ୍ୱ ଉପରେ ଭରସା କରିଛନ୍ତି ବିଜେଡି ସଭାପତି ନୀବନ ପଟ୍ଟନାୟକ । ସୌଭିକ ମଧ୍ୟ ନିଜ ବାପାଙ୍କ ଲୋକପ୍ରିୟତା ଏବଂ ସଂଗଠନକୁ ନେଇ ଆଗକୁ ବଢ଼ିବେ ବୋଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.