ନାମାଙ୍କନ ଦାଖଲ କଲେ ବହୁ ହେଭିୱେଟ ନେତା

କେନ୍ୟୁଜ୍ : ଢେଙ୍କାନାଳ ଲୋକସଭା ଆସନ ପାଇଁ କଂଗ୍ରେସରୁ ନାମାଙ୍କନ ଦାଖଲ କରିଛନ୍ତି କାମାକ୍ଷା ପ୍ରସାଦ ସିଂଦେଓ। କଂଗ୍ରେସ କାର୍ଯ୍ୟାଳୟ ଗାନ୍ଧୀ ମନ୍ଦିରରୁ ନିଜର ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଆସିଥିଲେ କେପି ସିଂଦେଓ। ଏହାପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

voteଅନୁଗୁଳ ଓ ଛେଣ୍ଡିପଦା ବିଧାନସଭା ଆସନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଛେଣ୍ଡିପଦା ବିଧାନସଭା ପାଇଁ ବିଜେଡିର ସୁଶାନ୍ତ ବେହେରା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ସସ୍ମିତା ବେହେରା ନୋମିନେସନ କରିଛନ୍ତି । ସମସ୍ତ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିଛନ୍ତି । ସେପଟେ ଅନୁଗୁଳ ବିଧାନସଭା ପାଇଁ ବିଜେଡିରୁ ରଜନୀକାନ୍ତ ସିଂହ ଓ କଂଗ୍ରେସରୁ ବିପ୍ଳବ ଜେନା ନାମାଙ୍କନ ଦାଖଲ କରିଛନ୍ତି ।

bhartuhariଆଜି ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ । ଏନେଇ ବହୁ ହେଭିୱେଟ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । କଟକ ଲୋକସଭା ଆସନ ପାଇଁ କଟକ ଜିଲ୍ଲାପାଳଙ୍କ ଅଫିସରେ ନାମାଙ୍କନ ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବ। ସେହିପରି ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ବି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ୨୩ ତାରିଖରେ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଲୋକସଭା ଆସନ ପାଇଁ ମତଦାନ ହେବ । ତୃତୀୟ ପର୍ଯ୍ୟାୟରେ ୪୨ ବିଧାନସଭା ଆସନ ପାଇଁ ମୋଟ ୧୦୪ଜଣ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୬ ଲୋକସଭା ଆସନ ପାଇଁ ମୋଟ ୧୯ଜଣ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେହିପରି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ନୋମିନେସନ ଚାଲିଛି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୯ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.