ଇସ୍ତଫା ଘୋଷଣା ପୂର୍ବରୁ ମାଳଦ୍ୱୀପ ପଳାୟନ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ

ମାଳଦ୍ୱୀପ ପଳାୟନ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ । ଆଜି ଇସ୍ତଫା ଦେବା ପୂର୍ବରୁ ମାଳଦ୍ୱୀପ ପଳାଇଲେ । ବିମାନ ଯୋଗେ ପଳାୟନ କରିଥିବା ସୂଚନା ମିଳିଛି। ଆଜି ମାଳଦ୍ୱୀପର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ସେ ଓହ୍ଲାଇଛନ୍ତି । ଏପଟେ ଆଜି ସାର୍ବଜନିକ ଭାବେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟାଙ୍କ ଇସ୍ତଫା ସମ୍ପର୍କରେ ଘୋଷଣା କରିବେ ବାଚସ୍ପତି ।

ଗତକାଲି ସେ ଇସ୍ତଫା ପତ୍ର ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଥିଲେ । ଗୋଟାବାୟା ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ପରେ ଶ୍ରୀଲଙ୍କାରୁ ରାଜପକ୍ଷେ ପରିବାରର ଶାସନ ହଟିବ । ଆସନ୍ତା ୨୦ରେ ଶ୍ରୀଲଙ୍କାରେ ନୂଆ ରାଷ୍ଟ୍ରପତି ନିର୍ବାଚନ ହେବ । ଶୁକ୍ରବାର ସଂସଦରେ ସର୍ବଦଳୀୟ ବୈଠକ ହେବ । ଏହାପରେ ୧୯ରେ ରାଷ୍ଟ୍ରପତି ପଦର ନାମାଙ୍କନ ହେବ । ୨୦ରେ ରାଷ୍ଟ୍ରପତି ନିର୍ବାଚନ ହେବ ।

୩୦ ଦିନ ଭିତରେ ସଂସଦରେ ନୂଆ ରାଷ୍ଟ୍ରପତି ର୍ନିବାଚନ କରିବ । ଏପଟେ ଗୋଟାବାୟାଙ୍କୁ ସବିଧା ଯୋଗାଇବା ନେଇ ଖବରକକୁ ଖଣ୍ଡନ କରିଛି ଭାରତୀୟ ଦୂତାବାସ । ଶ୍ରୀଲଙ୍କାବାସୀଙ୍କୁ ଭାରତର ସମର୍ଥନ ଜାରି ରହିବ ବୋଲି ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜୁଲାଇ ୯ରେ ରାଷ୍ଟ୍ରପତି ଭବନକୁ ସାଧାରଣ ଜନତା ଦଖଲ କରିବା ପରେ ଗୋଟାବାୟାଙ୍କ ପତ୍ତା ମିଳିନଥିଲା । ଶ୍ରୀଲଙ୍କାରେ ଆର୍ଥିକ ବିପର୍ଯ୍ୟୟ ପରେ ମାର୍ଚ୍ଚ ମାସରୁ ଦେଶରେ ବିକ୍ଷୋଭ ଜାରି ରହିଛି। ଗତ ଶନିବାର ଏହା ଉଗ୍ରରୂପ ଧାରଣ କରିଥିଲା। ହଜାର ହଜାର ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନ ଘେରାଉ କରି ଏହାକୁ ଦଖଲକୁ ନେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.