Below header

ବୁଚାରେ ଋଷ କମାଣ୍ଡରର ହିଂସାତ୍ମକ ନିର୍ଦ୍ଦେଶ: କହିଲେ ୫୦ ବର୍ଷରୁ କମ୍ ଲୋକଙ୍କୁ ହତ୍ୟା କର

ଗଣମାଧ୍ୟମ ରିପୋର୍ଟରେ ଋଷ ସେନାକୁ ୟୁକ୍ରେନ ନରସଂହାର ପାଇଁ ଦୋଷୀ କୁହାଯାଉଛି। କାରଣ ୟୁକ୍ରେନର ବୁଚାଠାରେ ହୋଇଥିବା ହତ୍ୟାକାଣ୍ଡର ପ୍ରକୃତ ଅପରାଧୀ ଥିଲେ ଋଷ ସାମରିକ। ଏମିତିକି ଋଷ ସେନା କମାଣ୍ଡର ନିଜର ସେନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ଯେ ପଚାଶ ବର୍ଷରୁ କମ୍ ବୟସର ପୁରୁଷମାନଙ୍କୁ ଚିହ୍ନଟ କରି ହତ୍ୟା କରିବ ଓ ମହିଳାମାନଙ୍କୁ ବଳାତ୍କାର କର। ଯାହାକି ସବୁଠାରୁ ନୃଶଂସ ନିର୍ଦ୍ଦେଶ ଥିଲା। ତେବେ ଏହା ବ୍ରିଟିଶ ଗଣମାଧ୍ୟମ ଦ୍ୱାରା ଏହି ଦାବି କରାଯାଇଛି।

ସେ ତାଙ୍କ ରିପୋର୍ଟରେ ରୁଷିଆ କମାଣ୍ଡରଙ୍କୁ ବୁଖାର ବଟର୍ ବୋଲି ବର୍ଣ୍ଣନା କରିଛନ୍ତି। ରିପୋର୍ଟ ଅନୁଯାୟୀ, ମୋଟରାଇଜଡ୍ ରାଇଫଲ୍ ବ୍ରିଗେଡ୍ର କମାଣ୍ଡର ଅଜତବେକ୍ ଓମୁର୍ବେକୋଭ୍ ସାଧାରଣ ନାଗରିକଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରିବା ପରେ ମୃତଦେହକୁ କବର ଦେବା ପାଇଁ ମାତ୍ର କୋଡ଼ିଏ ମିନିଟ୍ ସମୟ ଦେଇଥିଲେ। ଏମିତିକି ଋଷ ସେନା ଯାହାକୁ ନେଇ ତାକୁ ମାରି ଗଡାଉଛନ୍ତି ୟୁକ୍ରେନରେ।

ବହୁ ସାଧାରଣ ନାଗରିକଙ୍କୁ ବଳପୂର୍ବକ ପୋଷାକ ଛଡ଼ାଇ ନିଆଯାଇଥିଲା ଏବଂ ସାଧାରଣ ନାଗରିକଙ୍କ ଉପରେ ୟୁକ୍ରେନ ଆର୍ମି ଟାଟୁ ଖୋଜି ଖୋଜି ତାଙ୍କୁ ମାରିଦିଆ ଯାଉଥିଲା। ଏମିତିକି ମହିଳାମାନେ ମଧ୍ୟ ବଳାତ୍କାର ହୋଇଥିଲେ।  ଗଣମାଧ୍ୟମ ରିପୋର୍ଟରେ ଜାତିସଂଘ ମଧ୍ୟ ଏହି ନରସଂହାର ପାଇଁ ଋଷକୁ ଦାୟୀ କରିଛି। ଯୁଦ୍ଧ କେବେ ସରିବ ତାହା କାହାକୁ ବି ଜଣା ନାହିଁ। ଏପରି ସ୍ଥିତିରେ ୟୁକ୍ରେନବାସୀ ମଧ୍ୟ ଦେଶ ଛାଡ଼ି ପଳାୟନ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.