ଅଫିସର୍‌ ସାବଧାନ ! ବେନାମୀ ସମ୍ପତ୍ତି ଉପରେ ନଜର ରଖୁଛି ଭିଜିଲାନ୍ସ

କଟକ (କେନ୍ୟୁଜ୍‌) : ଏହା ଭିତରେ ଭିଜିଲାନ୍‌ସ ଜାଲରେ ଅନେକ ସରକାରୀ ଅଧିକାରୀ ଫସି ସାରିଲେଣି । କାହାଠାରୁ ଅମାପ ମାପ ସମ୍ପତ୍ତି ଠାବ କରାଯାଇଛି ତ ଆଉ କାହାଠାରୁ ବିପୁଳ ପରିମାଣର ଆୟ ବହିର୍ଭୂତ ସମ୍ପତ୍ତି ଜବତ ହୋଇଛି । ଦିନକୁ ଦିନ ଭିଜିଲାନ୍‌ସର କାର୍ଯ୍ୟାନୁଷ୍ଠାନ ବଢୁଥିବା ବେଳେ ଜଣକ ପରେ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କର ପର୍ଦ୍ଦାଫାସ ହେଉଛି । ତେବେ ଏହା ଭିତରେ ଆଉ ଏକ ବଡ଼ ଦାୟିତ୍ୱ ଦିଆଯାଇଛି ଭିଜିଲାନ୍‌ସ ବିଭାଗକୁ । ଏହା ସରକାରୀ ଅଧିକାରୀଙ୍କ ବେନାମୀ ସମ୍ପତ୍ତିର ଯାଞ୍ଚ କରିବ ।

VIGILANCE_UP 2

ପ୍ରଥମେ ତଥ୍ୟ ସଂଗ୍ରହ କରିବ ଏବଂ ତା ପରେ ତଦନ୍ତ କରିବ ଭିଜିଲାନ୍ସ । ଏହାକୁ ନେଇ ତଦନ୍ତକାରୀ ଟିମ୍‌କୁ ନିର୍ଦ୍ଦେଶ ଦିଆଯାଇଥିବା ବିଭାଗ ସୂତ୍ରରୁ ଜଣାପଡ଼ିଛି । ଏହାପରେ ସରକାରୀ ଅଧିକାରୀଙ୍କ ବେନାମି ସମ୍ପତ୍ତି ଉପରେ କଡ଼ା ନଜର ରଖିଛି ଭିଜିଲାନ୍ସ ।

 

VIGILANCE_UP

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.