Below header

ସକାଳୁ ସକାଳୁ ଝିଟିପିଟି ଦେଖିଲେ ହୋଇ ଯାଆନ୍ତୁ ଖୁସି; ଭାଗ୍ୟ ଫିଟିବାର ମିଳିଥାଏ ସଙ୍କେତ

ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି, ସକାଳେ ଆଖି ଖୋଲୁ ଖୋଲୁ ପ୍ରଥମେ ଦେଖୁଥିବା ଜିନିଷ ବ୍ୟକ୍ତିର ଦିନଟିକୁ ଶୁଭମୟ ବା ଅଶୁଭମୟ କରିବାରେ ଅନେକ ଗୁରୁତ୍ୱ ରଖିଥାଏ। ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ, ଯାହା ବ୍ୟକ୍ତିର ଭାଗ୍ୟ ବଦଳାଇବାରେ ବେଶ୍‌ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା, ସକାଳୁ ଉଠି ଉଠି ଝିଟିପିଟି ଦେଖିଲେ ଆମକୁ କେଉଁ ପ୍ରକାର ଲାଭ ମିଳିଥାଏ।

-ସକାଳେ ଉଠିବା ପରେ ଯଦି ଆପଣ ପ୍ରଥମେ ଝିଟିପିଟି ଦେଖନ୍ତି, ତ ଜାଣି ଯାଆନ୍ତୁ, ଏହା ଶୁଭ ଫଳ ଦେବାକୁ ଯାଉଛି।

-ଯଦି କାନ୍ଥ ଆଡ଼କୁ ବଢ଼ୁଥିବା ଝିଟିପିଟି ଆପଣ ଦେଖନ୍ତି, ତ ଉନ୍ନତି ଏବଂ ଲାଭ ଆଡ଼କୁ ଏହା ଈଶାରା କରିଥାଏ। ଏହାର ଅର୍ଥ ହେଉଛି, ଆପଣଙ୍କୁ କୌଣସି ଶୁଭ ସମାଚାର କିମ୍ବା ପ୍ରମୋଶନ ମିଳିବାର ଅଛି।

-ଝିଟିପିଟିକୁ ଧନର ପ୍ରତୀକ ମଧ୍ୟ କୁହାଯାଏ। ଯଦି ସକାଳ ସମୟରେ ଏହା ଦେଖାଯିବ, ତ ଧନପ୍ରାପ୍ତିର ଯୋଗ ସୃଷ୍ଟି ହେବ।

-ଝିଟିପିଟି ମୁଣ୍ଡ ଉପରେ ପଡ଼ିବା ମଧ୍ୟ ଶୁଭ ହୋଇଥାଏ। ଯଦି କୌଣସି ବ୍ୟକ୍ତିଙ୍କ ମୁଣ୍ଡ ଉପରେ ଝିଟିପିଟି ପଡ଼େ, ତ ତାଙ୍କୁ ରାଜ୍ୟରେ ସବୁବେଳେ ସମ୍ମାନ ମିଳିଥାଏ। ଏଥି ସହିତ ପଦ, ପ୍ରତିଷ୍ଠା ମଧ୍ୟ ବୃଦ୍ଧି ହୋଇଥାଏ।

-ମଥାରେ ପଡ଼ିଲେ ଏହାର ଅର୍ଥ, କୌଣସି ବ୍ୟକ୍ତିଙ୍କ ସହିତ ଦେଖାସାକ୍ଷାତ ହେବ, ଯଦ୍ଦ୍ଵାରା ଆପଣଙ୍କୁ ଲାଭ ମିଳି ପାରିବ।

-କାନ୍ଧ ଉପରେ ଝିଟିପିଟି ପଡ଼ିଲେ ପ୍ରତିଯୋଗିତା, ବାଦବିବାଦ ଏବଂ ଯୁଦ୍ଧରେ ବିଜୟ ପ୍ରାପ୍ତି ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.