ଟ୍ଵିଟ୍‌ରେ ସୋନୁ ସୁଦ୍‌ଙ୍କୁ ବିୟର ଡିମାଣ୍ଡ କଲେ ବ୍ୟକ୍ତି, ଉତ୍ତରରେ ଏମିତି କହିଲେ ଅଭିନେତା

କରୋନା ପରଠାରୁ ବଲିଉଡ୍‌ ଜଗତର ଏକ ଚର୍ଚ୍ଚିତ ନାଁ ପାଲଟିଯାଇଛନ୍ତି ସୋନୁ ସୁଦ୍‌। ମହାମାରୀ ବେଳେ ସେ ଯେଭଳି ଭାବେ ଲୋକଙ୍କୁ ସାହାଯ୍ୟ କରିଛନ୍ତି, ଏବେ ସମସ୍ତେ ତାଙ୍କୁ ଭଗବାନ ଭଳି ପୂଜା କରିବା ଆରମ୍ଭ କରିଛନ୍ତି। ଏବେ ବି ସୋସିଆଲ ମିଡିଆରେ ଯେତେବେଳେ କେହି ସୋନୁଙ୍କୁ ସାହାଯ୍ୟ ମାଗୁଛନ୍ତି, ସେ କେବେ ବି ମନା କରନ୍ତି ନାହିଁ। ତେବେ ଅନେକ ଥର ଲୋକମାନେ ସୋନୁଙ୍କୁ ଅଦ୍ଭୁତ ଜିନିଷ ମାଗିଥାନ୍ତି। ଯାହାର ଉତ୍ତର ସେ ନିଆରା ଅନ୍ଦାଜରେ ଦେଇଥାନ୍ତି। ନିକଟରେ ସେଭଳି ପରି ଏକ ଘଟଣା ସାମ୍ନାକୁ ଆସିଛି।

ଏବେ ଜଣେ ବ୍ୟକ୍ତି ସୋନୁ ସୁଦ୍‌ଙ୍କୁ ସୋସିଆଲ ମିଡିଆରେ କହିଛନ୍ତି, ଶୀତ ଦିନେ କମ୍ବଳ ବାଣ୍ଟୁଥିବା ଲୋକ ଖରାଦିନେ ବିୟର ପିଆଇବନି।

ସୋନୁ ସୁଦ୍‌ ବି ଏହାର ଜବାବ ମଜାଳିଆ ଢଙ୍ଗରେ ଦେଇଛନ୍ତି। ସେ ଲେଖିଛନ୍ତି- ବିୟର ସହ ଭୁଜିଆ ଚଳିବ।

ସୋନୁଙ୍କ ଏହି ଉତ୍ତରକୁ ୟୁଜର୍ସ ବେଶ୍‌ ପସନ୍ଦ କରିବା ସହ ପ୍ରଶଂସା କରୁଥିବା ଦେଖାଯାଇଛି। ସୋନୁଙ୍କର ଏହି ଟ୍ଵିଟ୍‌ରେ ଲୋକମାନେ ନିଜ ନିଜ ପ୍ରତିକ୍ରିୟା ଦେଉଥିବା ଦେଖାଯାଇଛି। ଜଣେ ୟୁଜର ଲେଖିଛନ୍ତି-ୟାକୁ ହିଁ ସହାୟତାର ହାତ କହନ୍ତି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି-ଏହି କାରଣରୁ ହିଁ ୟାଙ୍କୁ ଭଗବାନ ବୋଲି କୁହାଯାଏ।

ପ୍ରକାଶ ଯେ ସୋନୁ ସୁଦ୍‌ ଏବେ ଏମ୍‌ଟିଭି ରୋଡିଜ୍‌ରେ କାମ କରୁଛନ୍ତି। ଏହି ଶୋ’ରେ ସେ ହୋଷ୍ଟିଂ କରୁଛନ୍ତି। ଏବେ ଦକ୍ଷିଣ ଆଫ୍ରିକାରେ ଶୋ’ର ସୁଟିଂ ଚାଲିଛି।

Also Read: ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଶୁଭଖୁଣ୍ଟି ସ୍ଥାପନ, ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.