Below header

ସୂର୍ଯ୍ୟଙ୍କ ଗର୍ଭରେ ସୃଷ୍ଟି ହେଲାଣି ୨୦ ହଜାର କିମି ଗଭୀର ୨ ଲକ୍ଷ କିମି ଲମ୍ବର ଘାଟି, ପୃଥିବୀ ଉପରେ ରହିଛି ଅନେକ କୁପ୍ରଭାବ

ସୂର୍ଯ୍ୟଙ୍କ ଠାରେ ଅନେକ ରହସ୍ୟ ଭରି ରହିଛି । ୨୦୨୨ ମସିହା ଏପ୍ରିଲ ୩ ତାରିଖରେ ପ୍ଲାଜ୍ମାର ଏକ ଫିଲାମେଣ୍ଟ ନିର୍ମିତ ହୋଇଥିଲା । ଏହି ଫିଲମେଣ୍ଟଟିର ଆକାର ଖୁବ ବିଶାଳକାୟ ହେବା ସହ ଖୁବ ଗଭୀର ଓ ଶକ୍ତିଶାଳୀ ମଧ୍ୟ ଥିଲା । ଏହା ସହ ଏହା ଚୁମ୍ବକୀୟ ଶକ୍ତିରେ ଭରପୁର ସୌର ପବନ ଗୁଡିକୁ ମଧ୍ୟ ବିକିରଣ କରିଥାଏ । ଯେଉଁ କାରଣରୁ ପୃଥିବୀ ପୃଷ୍ଠରେ ଲଗାତାର ଏକ ପ୍ରକାର ଅରା ପ୍ରସ୍ତୁତ ହୋଇଥାଏ । ଆଶ୍ଚର୍ଯ୍ୟର କଥାଯେ ଏହି ଫିଲମେଣ୍ଟର ଗଭୀରତା ୨୦ ହଜାର କିଲୋମିଟର ପର୍ଯ୍ୟନ୍ତ ଥିଲା । ଯେବେକି ଏହାର ଲମ୍ବ ୨ ଲକ୍ଷ କିଲୋମିଟର ଯାଏଁ ଥିଲା । ବୈଜ୍ଞାନିକ ମାନେ ଏହାର ନାଁ “ଆଗ କି ଘାଟି” ବା ନିଆଁ ପିଂଡୁଲା ବୋଲି ଦେଇଛନ୍ତି । ଇଂଲଣ୍ଡର ପାଣିପାଗ ବିଭାଗ ହିଁ ଏବିଷୟରେ ପ୍ରଥମେ ଘୋଷଣା କରିଥିଲେ । ସେ କହିଥିଲେକି ସୂର୍ଯ୍ୟ ଦକ୍ଷିଣ- ମଧ୍ୟବର୍ତ୍ତୀ ଅଂଚଳରେ ଦୁଇଟି ବଡ ଫିଲମେଣ୍ଟ ଆକାରରେ ଦେଖାଯାଉଛନ୍ତି । ଅନ୍ତରୀକ୍ଷର ଅଲଟ୍ରାଭାଓଲେଟ ଅଞ୍ଚଳରେ ଘୁରିବୁଲୁଥିବା ସ୍ୟାଟେଲାଇଟ ଓ ଭୂମିରେ ମହଜୂତ ଟେଲିସ୍କୋପ ଇଲେକ୍ଟ୍ରୋ ମ୍ୟାଗନେଟିକ ସ୍ପେକଟର୍ମର ଫଟୋ ମଧ୍ୟ ନେଇଥିଲେ | ଏହି ସ୍ପେକ୍ଟରମ ଫିଲାମେଣ୍ଟ ନିର୍ମାଣ ହେବା କାରଣରୁ ହିଁ ସୃଷ୍ଟି ହୋଇଥିବା ଜଣାଯାଇଛି । ଯେଉଁଥିରୁ ଅନୁମାନ କରାଯାଉଛିକି ଆଗକୁ କେତେ ଭୟଙ୍କର ବିସ୍ଫୋରଣ ହେବାକୁ ଅଛି । ସୂର୍ଯ୍ୟଙ୍କ ଉପରେ ପ୍ରଥମ ଫିଲମେଣ୍ଟ ଏପ୍ରିଲ ୩ ତାରିଖରେ ପ୍ରସ୍ତୁତ କରାଯାଇଥିବା ବେଳେ ଦ୍ଵିତୀୟଟି ୪
ତାରିଖରେ ପ୍ରସ୍ତୁତ କରାଯାଇଥିଲା । ଦୁଇ ବିସ୍ଫୋରଣ ପରେ କରୋନେଲ ମାସ ଇଞ୍ଜେକ୍ସନ ନିର୍ମିତ ହୋଇଥିଲା । ଅଵୋଶିତ ପ୍ଲାଜ୍ମା ଲହର ସୂର୍ଯ୍ୟଙ୍କ ବାହାର ସ୍ତରର ବାୟୁମଣ୍ଡଳରୁ ବାହାରି ପୃଥିବୀ ପୃଷ୍ଠକୁ ଆସୁଥିଲା । ଯେବେ ସିଏମଇ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ସହ ଧକ୍କା ହୁଏ, ସେସମୟରେ ଜିଓମ୍ୟାଗନେଟିକ ପବନ ସୃଷ୍ଟି କରିଥାଏ ।

SOLAR SYSTEM
image credit: Aj tak

ଯଦି ଜିଓମ୍ୟାଗନେଟିକ ପବନ ଅଧିକ ଶକ୍ତିଶାଳୀ ହୁଏ ତେବେ ନିଶ୍ଚିତ ରୂପେ ସ୍ୟାଟେଲାଇଟ ଲିନକ୍ସକୁ ନଷ୍ଟ କରିଦେବ | ଏହି ସମୟରେ ପୃଥିବୀର ବିଜୁଳି ସେବା ମଧ୍ୟ ବାଧିତ ହୋଇପାରେ । ବାୟୁମଣ୍ଡଳ ଉପରକୁ ଏହି ପବନ ଆସିବା ଫଳରେ ଏକ ପ୍ରକାରର ନର୍ଦନ ଲାଇଟ୍ସ ପ୍ରସ୍ତୁତ ହୋଇଥାଏ । କୁହାଯାଉଛିକି ଗତ ୩ ରୁ ୪ ତାରିଖ ମଧ୍ୟରେ ବାହାରିଥିବା ସିଏମଇ କାରଣରୁ ପୃଥିବୀ ପୃଷ୍ଠରେ ୭ ରୁ ୮ ତାରିଖ ଭିତରେ ପୃଥିବୀ ଉପରେ ଜିଓମ୍ୟାଗନେଟିକ ଝଡ଼ ଦେଖିବାକୁ ମିଳିପାରେ । ଏହି ଝଡ G1 କିମ୍ବା G2 ସ୍ତରର ହୋଇପାରେ । ଅବଶ୍ୟ ଏହା ବି ଠିକ ଯେ ଏହା ଏପ୍ରିଲ ୪ ତାରିଖରେ ବାହାରିଥିବା ବେଳେ ଝଡ ପୃଥିବୀ ପୃଷ୍ଠକୁ ଆସିବକି ନାହିଁ ସେ ବାବଦରେ ସଠିକ ତଥ୍ୟ ମିଳିପାରିନାହିଁ । କିନ୍ତୁ ଦୁଇଟି ଧ୍ରୁବଙ୍କ ଉପରେ ଇନ୍ଦ୍ରଧନୁଷ ପରି ଆଲୋକ ଦେଖାଯାଇପାରେ । କାହିଁକିନା ଧ୍ରୁବଙ୍କ ଉପରେ ବାୟୁମଣ୍ଡଳୀୟ ଏକ ପତଳା ସ୍ତର ଦେଖାଦେଇପାରେ ।

ସୂର୍ଯ୍ୟଙ୍କ ଗତିବିଧି ଏହି ସମୟ ବଢିଯାଇଛି । ୨୦୧୯ ପର୍ଯ୍ୟନ୍ତ ସୂର୍ଯ୍ୟ ସର୍ବନିମ୍ନ ସ୍ଥିତିରେ ଥିଲେ । ଏହି ସମୟର ବ୍ୟବଧାନ ଦୀର୍ଘ ୧୧ ବର୍ଷର ଥିଲା । ଏହି ୧୧ ବର୍ଷ ଭିତରେ ସୂର୍ଯ୍ୟଙ୍କ ଉପରେ କୌଣସି ବି ପ୍ରକାରର ବିସ୍ଫୋଟକ ଗତିବିଧି ହୋଇନଥିଲା । କିନ୍ତୁ ୨୦୧୯
ଡିସେମ୍ବର ମାସ ପରେ ସୂର୍ଯ୍ୟ ସର୍ବାଧିକ ସ୍ଥିତିରେ ଅଛନ୍ତି । ଏହି ସବୁ ସବୁଠାରୁ ଅଧିକ ସକ୍ରିୟ ହୋଇଉଠିଛନ୍ତି । ବୈଜ୍ଞାନିକ ମାନଙ୍କ ଅନୁଯାୟୀ ୨୦୨୫ ରେ ଏହା ଅତ୍ୟଧିକ ଝଡ ସୃଷ୍ଟି କରିପାରେ । ଏହା ମଧ୍ୟରୁ ଅନେକ ବିସ୍ଫୋଟ ଥିବେ । ଆସନ୍ତା ଦୁଇ ଦିନ ଭିତରେ ପୃଥିବୀ ପୃଷ୍ଠରେ ସୃଷ୍ଟି ହୋଇପାରେ ଭୟଙ୍କର ଝଡ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.